
ଦୁର୍ଗା ପୂଜା ଇତିହାସ(ୟତୀନ୍ଦ୍ର ପଣ୍ଡା, ଦର୍ପଣ ଗଡ଼, ଚଣ୍ଡିଖୋଲ ଯାଜପୁର)
ମାର୍କଣ୍ଡେୟ ପୁରାଣ ଅନୁସାରେ ଚେଦି ସାମ୍ରାଜ୍ୟର ରାଜା ଖ୍ରୀ:ପୂ ୩୦୦ରେ ଦୁର୍ଗାପୂଜା ଆରମ୍ଭ କରିଥିଲେ। କିନ୍ତୁ ଐତିହାସିକ ଉଦାହରଣରୁ ଜାଣି ବାକୁ ମିଳେ ଚୈତନ୍ୟ ମହାପ୍ରଭୁ ପ୍ରାୟ ୪୦୦ ବର୍ଷ ପୂର୍ବେ କଟକରେ ଏହି ପୂଜା ଆରମ୍ଭ କରିଥିଲେ। ଚୈତନ୍ୟଦେବ ନଦିଆଠାରୁ ବାହାରି ବାଟରେ ରହି ରହି ଆସୁଥିଲେ। କଟକ ରହଣି କାଳରେ ସେ ସ୍ଥାନୀୟ ବିନୋଦବିହାରୀ ପୀଠରେ ରହି ୧୫୦୯ ମସିହାରେ ପ୍ରଥମେ ମା’ଙ୍କ ଘଟପୂଜା ଆରମ୍ଭ କରିଥିଲେ। ଚୈତନ୍ୟ ଦେବଙ୍କ ସହିତ ଆସିଥିବା ଅନୁଗାମୀମାନଙ୍କ ମଧରୁ କେତେଜଣ ଏହି ପୂଜାକୁ ସାର୍ବଜନୀନ କରିବା ପାଇଁ ମା’ଙ୍କ ମୂର୍ତ୍ତି ପୂଜା ଆରମ୍ଭ କଲେ। ୧୮୩୨ ମସିହାରେ କାଜିବଜାରର କେତେକ ଓଡ଼ିଆ ଓ ବେଙ୍ଗଲୀ କର୍ମଜୀବୀ ଯେଉଁମାନେ ଇଂରେଜ ସରକାରଙ୍କ ଇଷ୍ଟ ଇଣ୍ଡିଆ କମ୍ପାନୀରେ କାମ କରୁଥିଲେ ସାର୍ବଜନୀନ ଭାବେ ମା’ଙ୍କ ମୂର୍ତ୍ତି ପୂଜାକଲେ। ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗା ପୂଜାକୁ ବିଜୟାଦଶମୀ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ଦଶହରା।
ମୁଖ୍ୟ ଶକ୍ତିପୀଠରେ ଦଶହରା
ଓଡ଼ିଶାର କେତେକ ଶକ୍ତିପୀଠରେ ମା’ଙ୍କ ପୂର୍ବ ସ୍ଥାପନା ମୂର୍ତ୍ତିକୁ ଆରାଧନା କରାଯାଏ । ଅନେକ ଶକ୍ତିପୀଠ ମଧ୍ୟରେ ମା’ ଗଡ଼ଚଣ୍ଡୀଙ୍କ ପୀଠ ଅନ୍ୟତମ। ଐତିହାସିକ ବାରବାଟୀ ଦୁର୍ଗ ବା ଗଡ଼ ମଧ୍ୟରେ ମା’ଙ୍କ ଆସ୍ଥାନ ରହିଥିବାରୁ ଲୋକମୁଖ ସେ ଗଡ଼ଚଣ୍ଡୀ। ରାଜତନ୍ତ୍ରରେ ରାଜ ପରିବାରମାନେ ନିଜ ବଂଶର ଆରାଧ୍ୟ ଦେବଦେବୀଙ୍କ ପୀଠ ସ୍ଥାପନା କରୁଥିଲେ । ରାଜା ପ୍ରତାପରୁଦ୍ର ଦେବବା ଅନଙ୍ଗଭୀମ ଦେବ କିମ୍ବା ଲାଙ୍ଗୁଳା ନରସିଂହଦେବଙ୍କ ଶାସନ କାଳରେ ଗଡ଼ଚଣ୍ଡୀଙ୍କ ମୂର୍ତ୍ତି ଓ ପୀଠ ସ୍ଥାପନ କରାଯାଇଥିବା ବିଶ୍ଵାସ କରାଯାଇଥିବା ବିଶ୍ଵାସ କରାଯାଏ । କିମ୍ବଦନ୍ତୀ କହେ ରାଜା ମୁକୁନ୍ଦଦେବଙ୍କ ସମୟରେ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ ଗଡ଼ଚଣ୍ଡୀଙ୍କ ମୂର୍ତ୍ତି ପୂଜାକରାଯାଉଥିଲା । କେବଳ ପୂଜାର୍ଚ୍ଚନା ପାଇଁ ନୁହେଁ , ବାହ୍ୟଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ରାଜା ଗଡ଼ଚଣ୍ଡୀଙ୍କ ଆରାଧନା କରୁଥିଲେ ।odishadarpantv ଆଗକୁ.....
Kaniha, Angul | Oct 7, 2026