ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ରୋକିବା ଏବଂ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟଙ୍କୁ ଏକ ସ୍ଥାୟୀ ଜୀବିକାର ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ଆଇଟିଡିଏ ପକ୍ଷରୁ ଏକ ବୃହତ ଜାଫ୍ରା (Jafra) ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଗୁଣ୍ଠାୱାଡା, ପୋପୁଲୁର ଏବଂ କୁର୍ମାନୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏହି ଅଭିଯାନ ସଫଳତାର ସହ ଶୁଭାରମ୍ଭ ହୋଇଛି।
#MalkangiriNews #Chitrakonda #Odisha