
ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ୬ଟି ସ୍ଥାନରେ ଓଡିଶା ଭିଜିଲାନ୍ସ୍ ଦ୍ୱାରା ଏକକାଳୀନ ଚଢାଉ
ମାଲକାନଗିରି ଜିଲ୍ଲା ଗ୍ରମ୍ୟ ଉନ୍ନୟନ ସଂସ୍ଥା ଅଧୀନସ୍ଥ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶଙ୍କ ବିରୁଦ୍ଧରେ ଆୟର ବହିର୍ଭୁତ ସମ୍ପତ୍ତି ଠୁଳ ହୋଇଥିବା ଅଭିଯୋଗରେ ବ୍ରହ୍ମପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ତଦନ୍ତ ମାମଲା ଆଧାରରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରା ଯାଇଛି । ଏହି ଚଢାଉ ପ୍ରକ୍ରିୟାରେ ଜଣେ ଅତିରିକ୍ତ ଏସ୍.ପି., ୫ ଜଣ ଡି.ଏସ୍.ପି., ୫ ଜଣ ଇନିେ¸କ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି । ଭୁବନେଶ୍ୱର, ବ୍ରହ୍ନପୁର ଓ ମାଲକାନଗିରିରେ ଥିବା ତାଙ୍କର ଛଅଟି ସ୍ଥାନରେ ଏହି ଚଢାଉ ଚାଲିଛି । ଏହି ଚଢାଉ ରେ ଭୁବନେଶ୍ୱରର ବରମୁଠା ସ୍ଥିତ ଚାରି ମହଲା ବିଶିଷ୍ଟ କୋଠା, ବ୍ରହ୍ମପୁର ନୀଳାଚଳ ନଗର ସ୍ଥିତ ଦୁଇ ମହଲା ବିଶିଷ୍ଟ କୋଠା, ଗଞ୍ଜ ।ମ ଜିଲ୍ଲାର ବାସୁଦେବପୁର (ଗୋବରା) ସ୍ଥିତ ଏକ ଘର, ବ୍ରହ୍ମପୁରର ଗଜପତି ନଗର ସ୍ଥିତ ପୈତୃକ ଘର, ମାଲକାନଗିରି ସ୍ଥିତ ଭଡା ଘର, ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସ୍ଥିତ କାର୍ଯ୍ୟାଳୟ କକ୍ଷ ଉପରେ ଚଢାଉ ଜାରି ରହିଛି । ଏହି ଚଢାଉରେ ସମସ୍ତ ତଦନ୍ତ ପରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
#vigilanceraid #malkangiri #mathili #newodishatv #odisha