ଲୁଟେରା ଗ୍ୟାଙ୍ଗ ଗିରଫ୍, ଲକ୍ଷାଧିକ ଟଙ୍କା, ସୁନା ଓ କାର ଜବତ
ଖୋର୍ଦ୍ଧା, ୪/୬: ଗତକାଲି ରାତିରେ ଖୋର୍ଦ୍ଧା ମଡେ଼ଲ ଥାନା ପୋଲିସ ପକ୍ଷରୁ ବାଟ ମଙ୍ଗଳା ଠାରେ ଚେକିଂ ଚାଲିଥିବା ସମୟରେ ପୋଲିସ ହାତରେ ଧରା ଧରା ପଡିଛି ଲୁଟେରା ଗ୍ୟାଙ୍ଗ l ସେମାନଙ୍କ ନିକଟରୁ ୮ଲକ୍ଷ, ୮୦ ହଜାର ଟଙ୍କା, ୧୩୫ ଗ୍ରାମ ସୁନା ଓ ଏକ ସ୍ବିଫଟ୍ କାର ଜବତ କରିଛି ପୋଲିସ। ଏହି ଘଟଣାରେ ଲୁଟେରା ଙ୍କ ସମେତ ଯେଉଁମାନେ ଲୁଟ୍ ସାମଗ୍ରୀ କିଣୁଥିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ଘଟଣାରେ ସମୁଦାୟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
Konark, Puri | Jun 4, 2026