ବ୍ରେକ ଫେଲ ହୋଇ ଦୋକାନ ଉପରକୁ ମାଡ଼ିଗଲା ଟ୍ରକ୍
କୋରାପୁଟ, 4/6: କୋରାପୁଟ ରେ ଏକ ବଡ଼ ଦୁର୍ଘଟଣା ଘଟିଛି।
ଏକ ମାଲବାହୀ ଟ୍ରକର ବ୍ରେକ୍ ହଠାତ୍ ଫେଲ୍ ହୋଇଯିବାରୁ ଏହା ଏକ ଏଚପି ଗ୍ୟାସ ଏଜେନ୍ସି ଭିତରକୁ ମାଡ଼ିଯାଇଥିଲା । ନିୟନ୍ତ୍ରଣ ହରାଇଥିବା ଟ୍ରକଟି ରାସ୍ତା କଡ଼ରେ ଥିବା ଏଚପି ଗ୍ୟାସ ଏଜେନ୍ସି ଉପରକୁ ଚଢ଼ିଯାଇଥିଲା । ଉକ୍ତ କୋଠାର ତଳ ମହଲାରେ ଗ୍ୟାସ ଏଜେନ୍ସି ଥିବା ବେଳେ ଉପର ମହଲାରେ HDFC Bank ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟ ରହିଛି। ଟ୍ରକଟି ପ୍ରାୟ ୧୫ରୁ ଅଧିକ ମୋଟରସାଇକେଲକୁ ଧକ୍କା ଦେଇ ଚୁରମାର କରିଦେଇଛି । ସୌଭାଗ୍ୟବଶତଃ ଏହି ଦୁର୍ଘଟଣା ରେ କେହି ମୃତାହତ ହୋଇନାହାନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ୍ କୁ ଜବତ କରିବା ସହ ଦୁର୍ଘଟଣା ର ପ୍ରକୃତ କାରଣ କଣ ତଦନ୍ତ ଆରମ୍ଭ କରିଛି।
Konark, Puri | Jun 4, 2026