ଭଦ୍ରକ: #ଏତଲା_ଦେବା_ପରେ_ତୁରନ୍ତ_କାର୍ଯ୍ୟାନୁଷ୍ଠାନ, ଭଦ୍ରକ ଅମ୍ଭିକା ହୋଟେଲ ନିକଟରୁ ୮୦ ହଜାର ଟଙ୍କାର ସାଇକେଲ ହୋଇଥିଲା ଚୋରି , । ୧୨ ଘଣ୍ଟା ଭିତରେ ଚୋରକୁ ଧରିବା ସହ ସାଇକେଲ ଉଦ୍ଧାର କରିଛି ଭଦ୍ରକ ଟାଉନ ପୋଲିସ। ଚୋର ଜଣକ ରବୀନ୍ଦ୍ର ସାହୁ ଆଜି ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ଭଦ୍ରକ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ରାଉତ ଓ ସହରାଞ୍ଚଳ ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସ୍ପେଶଲ ସ୍କୁୱାଡ ମନୋଜ ପ୍ରଧାନ ଏବଂ ସୁଶାନ୍ତ ପାଢ଼ୀଙ୍କୁ ଧନ୍ୟବାଦ ଦେଇଛନ୍ତି ସାଇକେଲ ମାଲିକ କୈଳାଶ ପଣ୍ଡା । ଚୋରି ଡକାୟତ ଉପରେ ଭଦ୍ରକ ପୋଲିସର ତିଖିଣ ନଜର, ଭଦ୍ରକ ପୋଲିସର ଏହି ଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରିଛନ୍ତି ଭଦ୍ରକ ବାସି।
#ciktykhabarbhadrak