କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟର (MoRTH) ଅତିରିକ୍ତ ସଚିବ ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଶ୍ରୀ ମହମୁଦ ଅହମ୍ମଦ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ସେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ, ସେଣ୍ଟର ଫର ଏକ୍ସଲେନ୍ସ, ଗୋଜାଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ର, ଲାଉଗୁଡ଼ା ଡ୍ରାଗନ ଫ୍ରୁଟ୍ ଚାଷ ଏବଂ ବଡ଼ପଦା ଶିକ୍ଷା ସଙ୍କୁଳ ପରିଦର୍ଶନ କରିବା ସହ ଭେଙ୍କଟପାଲମ ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପର ସମୀକ୍ଷା କରିଥିଲେ।