ମାଥିଲି ବ୍ଲକ AEEଙ୍କ ଘରେ ଭିଜିଲାନ୍ସ ଚଢ଼ଉ I
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଥିଲି ବ୍ଲକର AEE ଶିଶିର କୁମାର ଦାସଙ୍କ ସମ୍ପର୍କିତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଜାରି ରହିଛି।
ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିର ବିଭିନ୍ନ ସ୍ଥାନ ସମେତ ମାଲକାନଗିରି DRDA କାର୍ଯ୍ୟାଳୟ କକ୍ଷରେ ମଧ୍ୟ ଖୋଳତାଡ଼ ଚାଲିଛି। ଚଢ଼ଉରେ ଜଣେ ଅତିରିକ୍ତ ଏସପି, ୫ ଜଣ ଡିଏସପି ଓ ୫ ଜଣ ଇନ୍ସପେକ୍ଟରଙ୍କ ସମେତ ଭିଜିଲାନ୍ସ ଟିମ୍ ସାମିଲ ଅଛନ୍ତି।
ବର୍ତ୍ତମାନ ସୁଦ୍ଧା ଖୋଳତାଡ଼ ଜାରି ରହିଥିବା ବେଳେ ସମ୍ପତ୍ତିର ମୋଟ ଆକଳନ ସମ୍ପର୍କରେ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
#DailyMalkangiri #Malkangiri #VigilanceRaid #OdishaNews #BreakingNews