
ବାଉଁଶୁଣିକୁ NAC ମାନ୍ୟତା ଦାବି: ରାବଣ ଦରବାର ମଞ୍ଚରୁ ସରକାରଙ୍କୁ ପୂର୍ବତନ ବିଧାୟକ ମହିଧର ରଣାଙ୍କ ଜବାବ
ବାଉଁଶୁଣିକୁ ଏନଏସି (NAC) ମାନ୍ୟତା ପ୍ରଦାନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଘୋଷଣା କରାଯାଇ ନୀତିଗତ ଅନୁମୋଦନ (In-principle approval) ଦିଆଯାଇଥିଲେ ହେଁ, ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକାରୀ ନହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ଦୁଃଖଦାୟକ ବିଷୟ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଉଁଶୁଣି-ଡିମିରିପାଳି ଠାରେ ଆୟୋଜିତ ପ୍ରସିଦ୍ଧ ସାଂସ୍କୃତିକ କାର୍ଯ୍ୟକ୍ରମ 'ରାବଣ ଦରବାର' ମଞ୍ଚରୁ ଏନେଇ ବର୍ତ୍ତମାନ୍ ସରକାରଙ୍କୁ ସୀଧାସଳଖ ଜବାବ ମାଗିଛନ୍ତି କଣ୍ଟାମାଳର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମହିଧର ରଣା।
ସରକାରୀ ଚିଠିରୁ ଅନୁଯାୟୀ
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ (Housing & Urban Development Dept.) ର ଚିଠି ସଂଖ୍ୟା 6124 (ତାରିଖ: 13/03/2024) ଅନୁସାରେ, ଓଡ଼ିଶାର ନୂତନ ଏନଏସି (NAC) ଗଠନ ପାଇଁ ରାଜ୍ୟ ସରକାର ନୀତିଗତ ସ୍ୱୀକୃତି ପ୍ରଦାନ କରିଥିଲେ। ଏହି ତାଲିକାରେ ବୌଦ୍ଧ ଜିଲ୍ଲାର ବାଉଁଶୁଣି (ବାଉଁଶୁଣି, ଅଁଳାପାଲି ଓ ଗୋଛାପଡ଼ା ଜି.ପି.), ମନମୁଣ୍ଡା ଏବଂ ପୁରୁଣାକଟକ ଅଞ୍ଚଳ ଶୀର୍ଷରେ ରହିଥିଲା।
ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରଣା ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଞ୍ଚଳର ବିକାଶ ଓ ଜନସାଧାରଣଙ୍କ ସୁବିଧା ପାଇଁ ବାଉଁଶୁଣିକୁ NAC ଘୋଷଣା କରିଥିଲେ। ମାତ୍ର ବର୍ତ୍ତମାନର ବିଜେପି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଚାପି ଦେବା ସହ ଆଡ଼େଇ ଯାଉଛନ୍ତି, ଯାହା ଅଞ୍ଚଳବାସୀଙ୍କ ପ୍ରତି ଅନ୍ୟାୟ।
ବାଉଁଶୁଣିକୁ ତୁରନ୍ତ NAC ମାନ୍ୟତା ପ୍ରଦାନ ନକଲେ ଆଗାମୀ ଦିନରେ ଅଞ୍ଚଳବାସୀଙ୍କୁ ନେଇ ଆନ୍ଦୋଳନ ବ୍ୟାପକ ହେବ ବୋଲି ମଞ୍ଚରୁ ଚେତାବନୀ ଦେଇଛନ୍ତି । ଏହି ଦାବିକୁ ନେଇ ବାଉଁଶୁଣି ଓ ଆଖପାଖ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।
#Baudh #Kantamal #Baunsuni #BaunsuniNAC #NaveenPatnaik #BJD #MahidharRana #BaudhNews #OdishaNews #BouddhaTimes #OdishaPolitics