#କଲେଜ_ଛାତ୍ରୀଙ୍କୁ_ବଳାତ୍କାର_କରି_ଯବାନ_ଗିରଫ
କେନ୍ଦୁଝର ଜିଲା ହାଟଡିହି ବ୍ଲକ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ କଲେଜ ଛାତ୍ରୀଙ୍କୁ ଏକ ହୋଟେଲ ରୁମ ଭିତରେ ବଳାତ୍କାର କରାଯାଇଥିବା ନେଇ ଛାତ୍ରୀ ଜଣକ ଶୁକ୍ରବାର ସୋସୋ ଅଭିଯୋଗ କରିଛି। ଏହି ମାମଲାରେ ପୋଲିସ କେସ୍ ନଂ ୧୮୨/୨୬ ମାମଲା ରୁଜୁ କରି ମୁଣ୍ଡୁକାଟି ଗ୍ରାମର ଅଭିଯୁକ୍ତ ରଶ୍ମି ରଞ୍ଜନ ସେଠୀ (୨୯)ଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଯୁବକ ଜଣେ ସିଆଇଏସଏଫ ଯବାନ ହୋଇଥିବା ବେଳେ ଗତ ଗୁରୁବାର ଦିନ କୌଣସି ବାହାନା କରି ପୀଡ଼ିତା ଜଣକ କଲେଜ ଯାଉଥିବା ବେଳେ ତାକୁ ଶାଳବଣି ଛକ ନିକଟ ଏକ ହୋଟେଲକୁ ଡାକିନେଇ ପରେ ସେଠାରେ ତାଙ୍କ ସହ ବଳାତ୍କାର କରିଥିଲେ।
Konark, Puri | Oct 5, 2026