ଚୋରି କରିବାକୁ ପଶିଥିଲା
ମନ୍ଦିର ଭିତରେ ଫସିଗଲା
ଢେଙ୍କାନାଳ, ୩/୬: ଢେଙ୍କାନାଳ ପରଜଙ୍ଗ ଥାନା ଅନ୍ତର୍ଗତ ଚାନ୍ଦପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ରାତିରେ ଗାଁ ଶିବ ମନ୍ଦିର ରେ ଚୋରି କରିବା ପାଇଁ ପଶିଥିବା ଏକ ଚୋର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ମନ୍ଦିର ଭିତରେ ପଶିବା ପରେ ବାହାରି ନପାରି ମନ୍ଦିର ଭିତରେ ରହିଗଲା ସକାଳୁ ପୂଜକ ଚୋରକୁ ଦେଖି ଗାଁ ଲୋକ ଆଉ ପୋଲିସ କୁ ଖବର ଦେଇଥିଲେ । ପୋଲିସ ଚୋରକୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ସୂଚନା ମିଳିଛି।
#dhenkanal
Konark, Puri | Jun 3, 2026