ଭଦ୍ରକ: ଅବକାରୀ ବିଭାଗର ଚଢ଼ାଉ
୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ରାଉନସୁଗାର ଜବତ,୨ ଗିରଫ
ଭଦ୍ରକ ଅବକାରୀ ଅଧିକ୍ଷକ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶ ଏବଂ ଅବକାରୀ ଉପ-ଅଧିକ୍ଷକ ସୁଚରିତା ମିଶ୍ରଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ଇନ୍ସପେକ୍ଟର ମମତା ଦାସଙ୍କ ନେତୃତ୍ୱରେ ଗଠିତ ଦୁଇଗୋଟି ସ୍ୱତନ୍ତ୍ର ଟିମ ତିହିଡି ବ୍ଲକର ସେରପୁର ଏବଂ ଦୋଳସାହି ବଜାର ଅଞ୍ଚଳରେ ଅତର୍କିତ ଭାବେ ଚଢ଼ାଉ କରି ୨୧୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l ଜବତ ବ୍ରାଉନ ସୁଗାରର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି l ଏହି ଚଢ଼ାଉରେ ତିହିଡି଼ ଭାରପ୍ରାପ୍ତ ଅଧିକାରିଣୀ ସୀମା କେରେଇ, ଭଦ୍ରକ ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ ମୁର୍ମୁ, ଜିଲ୍ଲା ଭ୍ରମ୍ୟମାଣ ଏସ୍.ଆଇ ନଟବର ମଲ୍ଲିକ, ଏ.ଏସ.ଆଇ କ୍ଷୀରୋଦ ପାତ୍ର, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ସୁଦର୍ଶନ ପଲ୍ଲାଇ, ରୁଦ୍ରନାରାୟଣ ଦାସ, ଜେମାମଣୀ ଜାମୁଦା, ପରେଶ ଟୁଡୁ, ଅଜୟ କୁମାର ଦାସ, ମିଥୁନ ଯେନା, ବିଭୁପ୍ରସାଦ ମଲ୍ଲିକ, ଶୁଭ୍ରାମିନି ଦାସ ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ରେଞ୍ଜ ଏବଂ ତିହିଡି ଅବକାରୀ ଥାନା ପକ୍ଷରୁ ୨ ଗୋଟି ଭିନ୍ନ ଭିନ୍ନ ମାମଲା ରୁଜ୍ଜୁ କରାଯାଇଛି l
#ciktykhabarbhadrak