ଲରମ୍ଭା ମହାବିଦ୍ୟାଳୟରେ ସ୍ଵଭାଵ କବି ଗଙ୍ଗାଧର ମେହେର ଜୟନ୍ତୀ
ଅତାବିରା ବ୍ଲକ ସ୍ଥିତ ଲରମ୍ଭା ମହାବିଦ୍ୟାଳୟ ଠାରେ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଅଛି | ଏହି ଅବସରରେ ସଭାପତି ଭାବରେ କଲେଜ ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତି, ମୁଖ୍ୟ ମୁଖ୍ୟବକ୍ତା ଡ଼. ଶ୍ୟାମ ଭୋଇ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗୀରର ପରୀକ୍ଷା ନିୟନ୍ତ୍ରକ ତଥା ଓଡ଼ିଆ ଭାଷାତତ୍ତ୍ୱବିତ , ଓଡ଼ିଆ ବିଭାଗର ମୁଖ୍ୟ ଡ଼. ଶାନ୍ତିଲତା ବାରିକ ମଂଚାସୀନ ରହିଥିଲେ | ପ୍ରଥମେ ଗଙ୍ଗାଧର ଓ ମହାବିଦ୍ୟାଳୟ ପ୍ରତିଷ୍ଠାତା ବ୍ରଜମୋହନଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା | ବ୍ରଜମୋହନ ଓ ଗଙ୍ଗାଧରଙ୍କ ପତ୍ରାଳାପ ସହ ସାହିତ୍ୟ ସାଧନପାଇଁ ବିଭିନ୍ନ କ୍ଷେତ୍ରରେ ଥିବା ଅବଦାନକୁ ଆଲୋଚନା କରିଥିଲେ | ଶେଷରେ ଅଧ୍ୟାପିକା ସଂଘମିତ୍ରା ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ | ଉତ୍ସବରେ ଓଡ଼ିଆ ବିଭାଗର ସକ୍ରିୟ ଭୂମିକା ସହ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ମେହେର ସାହିତ୍ୟ ପ୍ରେମୀ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ |