ଡକ୍ଟର ସୁଶିଳ କୁମାର ମିଶ୍ରଙ୍କର ସ୍ୱର୍ଗାରୋହଣ
ଅନୁଗୋଳ ତାମ୍ରିତ୍ କଲୋନୀ ନିକଟସ୍ଥ ଶୀତଲ୍ ବିହାର ବାସିନ୍ଦା ଡକ୍ଟର ସୁଶିଳ କୁମାର ମିଶ୍ର ଗତ ତା ୩.୧୧.୨୦୨୬ ଦିନ ସ୍ୱର୍ଗାରୋହଣ କରିଛନ୍ତି। ସେ ଅନୁଗୋଳ ସରକାରୀ ପ୍ରାଣୀ ଚିକିତ୍ସା କେନ୍ଦ୍ରର ପୂର୍ବତନ ପ୍ରାଣୀ ଚିକିତ୍ସକ ଥିଲେ ଏବଂ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଦୀର୍ଘ ବର୍ଷ ଧରି ସଭାପତି ଦାୟିତ୍ବରେ ଥିଲେ। ଶେଷ ସମୟରେ ଅନୁଗୋଳ ମାତୃ ନିକେତନ, ଶ୍ରୀଅରବିନ୍ଦ ଆଶ୍ରମ ପରିସରରେ ସମସ୍ତ ସଭ୍ଯ ଓ ଛାତ୍ରଛାତ୍ରୀ ତାଙ୍କର ଶେଷ ଦର୍ଶନ ଓ ପୁଷ୍ପମାଲ୍ୟ ଅର୍ପଣ ସହିତ ମାତୃ ବନ୍ଦନା ଗାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥଲେ। ତାମ୍ରିତ୍ କଲୋନୀର ସମସ୍ତ ଦୋକାନୀ ଓ ଅନୁଗୋଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୁରୀସ୍ଥିତ ସ୍ଵର୍ଗଦ୍ଵାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ମୃତ୍ୟୁ ସମୟରେ ତାଙ୍କର ସମସ୍ତ ପରିବାର ସଦସ୍ୟ ପାଖରେ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। #angulexpress
Anugul, Angul | Nov 10, 2026