ଓଡ଼ିଶାର କଳା, ଐତିହ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପ୍ରତୀକ ପିପିଲି ଚାନ୍ଦୁଆ ଶିଳ୍ପର ବିକାଶ ପାଇଁ ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟଙ୍କ ଦ୍ୱାରା ପିପିଲିଠାରେ ‘ଚାନ୍ଦୁଆ ହସ୍ତଶିଳ୍ପ ହବ୍’ ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ପ୍ରାୟ ୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଅତ୍ୟାଧୁନିକ କ୍ରାଫ୍ଟ, କଲ୍ଚର ଆଣ୍ଡ ଟୁରିଜମ୍ ହବ୍ ପିପିଲିର ପ୍ରସିଦ୍ଧ ଚାନ୍ଦୁଆ କଳାକୁ ବିଶ୍ୱସ୍ତରରେ ପହଞ୍ଚାଇବା ସହ ୬ ହଜାରରୁ ଅଧିକ କାରିଗରଙ୍କ ଜୀବନ ଓ ଜୀବିକାରେ ନୂଆ ସମ୍ଭାବନା ସୃଷ୍ଟି କରିବ ।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ହସ୍ତତନ୍ତ, ସମବାୟ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ, ମାନ୍ୟବର ସାଂସଦ ପୁରୀ ଲୋକସଭା, ମାନ୍ୟବର ଅଧକ୍ଷ ଜ଼ିଲ୍ଲା ଯୋଜନା କମିଟି, ପୁରୀ ଓ ବିଧାୟକ ସତ୍ୟବାଦୀ, ମାନ୍ୟବର ବିଧାୟକ ପିପିଲି, ମାନ୍ୟବର ବିଧାୟିକା ବ୍ରହ୍ମଗିରି, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚ୍ଚିବ, ଜିଲ୍ଲାପାଳ ପ୍ରମୁଖ ଯୋଗଦେଇଥିଲେ।
Konark, Puri | Jun 4, 2026