ଉଲଗ୍ନ କରି ମାଡ଼ ମାରିବା ସମୟ ରେ ଶହ ଶହ ଲୋକଙ୍କ ଭିଡ ରୁ ଉଦ୍ଧାର କରିଥିବା ସାହସୀ ଯୁବକ
ଇଏ ସେହି ବୀର ସାହସୀ ଯୁବକ ଯିଏ ସେଦିନ ରାୟଗଡ଼ା ଭିଡ଼ ଭିତରୁ ଝିଅଟିକୁ ଦେବଦୂତ ସାଜି ଉଦ୍ଧାର କରିଥିଲେ। ନାମ ବଳରାମ ବାଗ୍। ସେଦିନ ଢ଼ାବାରୁ ଖାଇ ସାରି ଫେରିବା ସମୟରେ ନଜରରେ ପଡ଼ିଥିଲା ଶହ ଶହ ଲୋକ ରୁଣ୍ଡ ହୋଇ ଗୋଟେ ଝିଅ ଦେହରୁ କପଡ଼ା ଚିରି ତାକୁ ବାଡ଼େଇବାରେ ଲାଗିଛନ୍ତି। ଶହ ଶହ ରାକ୍ଷସଙ୍କ କବଳରୁ ତାକୁ ଉଦ୍ଧାର କରିବା ଗୋଟେ ବଡ଼ ଚ୍ୟାଲେଞ୍ଜ ଥିଲା ତାଙ୍କ ପାଇଁ। IIC କଳ୍ପନା ମ୍ୟାଡମ୍ ଭିଡ଼ ଦେଖି ଭିତରକୁ ଯାଇ ଝିଅଟିକୁ ଉଦ୍ଧାର କରିବାକୁ ସାହସ ଯୁଟାଇ ପାରି ନଥିଲେ। କିନ୍ତୁ ଏହି ଯୁବକ ଭିଡ଼ ଭିତରେ ପଶି ଝିଅଟିକୁ ଭିଡ଼ି ଆଣିବା ସହ ନିଜ T-SHIRT ଟି ପିନ୍ଧିବାକୁ ଦେଇ ଦୌଡାଇ ଦୌଡାଇ ପିସିଆର ଭ୍ୟାନ ପାଖକୁ ନେଇଆସିଥିଲେ। ଏହାପରେ IIC କଳ୍ପନା ବେହେରା ଭିଡ଼ ଘଉଡାଇ ଝିଅଟିକୁ ପିସିଆର୍ ରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆଉ ବଞ୍ଚିଯାଇଥିଲା ଜଣେ ନିର୍ଦ୍ଦୋଷ ଅସହାୟର ଜୀବନ... ଜଣେ ମଣିଷର ଜୀବନ ରକ୍ଷା କରିପାରିଥିବାରୁ ସେ ଖୁସି ବୋଲି କହିଛନ୍ତି ବଳରାମ ।
ଦୁନିଆରେ ଆପଣଙ୍କ ଭଳି ଲୋକଙ୍କର ବହୁତ୍ ଆବଶ୍ୟକତା ଅଛି। ଭଗବାନ ଆପଣଙ୍କୁ ଭଲରେ ରଖିଥାନ୍ତୁ ଆଉ ଆପଣଙ୍କ ଭଳି ଦେବଦୂତ ସବୁ ଅନ୍ୟାୟ ସମୟରେ ଦେବତା ସାଜି ଉଭା ହୁଅନ୍ତୁ। ଶତ ଶତ ନମନ୍