
ବନ୍ୟା ପ୍ରଭାବିତ ଅଞ୍ଚଳବାସୀ ଓ ଚାଷୀମାନଙ୍କ ସ୍ୱାର୍ଥ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହଜାରେ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି।
୩୩ ପ୍ରତିଶତ ବା ତା'ଠାରୁ ଅଧିକ ଫସଲ କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଣଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ₹୮,୫୦୦, ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ₹୧୭,୦୦୦ ଏବଂ ବାରମାସୀ ଫସଲ ପାଇଁ ହେକ୍ଟର ପିଛା ₹୨୨,୫୦୦ କୃଷି ଇନପୁଟ୍ ସବ୍ସିଡି ପ୍ରଦାନ କରାଯିବ ।
✅ ବିଭିନ୍ନ ପ୍ରଜାତିର ଧାନ ଓ ଅଣଧାନ ବିହନ କ୍ରୟ ନିମନ୍ତେ ଡିବିଟି (DBT) ମାଧ୍ୟମରେ କ୍ଷତିଗ୍ରସ୍ତ ଚାଷୀଙ୍କ ଆକାଉଣ୍ଟକୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ହସ୍ତାନ୍ତର କରାଯିବ ।
✅ କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣାରେ ପନିପରିବା ମିନିକିଟ୍ ପ୍ରଦାନ ସହ ବନ୍ୟା ପରବର୍ତ୍ତୀ ରୋଗ-ପୋକ ପରିଚାଳନା ପାଇଁ ୭୫% ସବ୍ସିଡି ଯୋଗାଇ ଦିଆଯିବ ।
✅ ବିପର୍ଯ୍ୟସ୍ତ ଜଳସେଚନ ପ୍ରକଳ୍ପଗୁଡ଼ିକର ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର ଓ ମରାମତି ସୁନିଶ୍ଚିତ କରାଯିବ ।
✅ ପ୍ରାଣୀ ସମ୍ପଦ କ୍ଷତିପୂରଣ ସହ ନଷ୍ଟ ହୋଇଥିବା ଡଙ୍ଗା, ଜାଲ ଓ ପୋଖରୀର ପୁନରୁଦ୍ଧାର ପାଇଁ ମତ୍ସ୍ୟଜୀବୀ ଓ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ ।
✅ ଇଚ୍ଛୁକ ଚାଷୀଙ୍କ ସ୍ୱଳ୍ପ ମିଆଦୀ ଖରିଫ୍ କୃଷି ଋଣକୁ ମଧ୍ୟମ ଅବଧି ଋଣରେ ପରିଣତ କରାଯିବ ।
✅ ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ କ୍ଷତିଗ୍ରସ୍ତ ଉପକରଣ ଓ ଯନ୍ତ୍ରପାତି ପାଇଁ ₹୫,୦୦୦ ଏବଂ କଞ୍ଚାମାଲ/ପ୍ରସ୍ତୁତ ସାମଗ୍ରୀ କ୍ଷତି ପାଇଁ ₹୫,୦୦୦ ସହାୟତା ଯୋଗାଯିବ ।
✅ ବନ୍ୟା ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଭିତ୍ତିଭୂମିର ସାମୟିକ ମରାମତି ସହ ଚୂଡାନ୍ତ ଆକଳନ ପରେ ସ୍ଥାୟୀ ପୁନଃନିର୍ମାଣ ପାଇଁ ଆବଶ୍ୟକୀୟ ପାଣ୍ଠି ପ୍ରଦାନ କରାଯିବ ।
✅ ପରିସ୍ଥିତି ପୂର୍ଣ୍ଣ ସ୍ୱାଭାବିକ ହେବା ଯାଏଁ ସମସ୍ତ ପ୍ରଭାବିତ ଅଞ୍ଚଳରେ ରନ୍ଧା ଓ ଶୁଖିଲା ଖାଦ୍ୟ ସହ ରିଲିଫ୍ ଚାଉଳ ବଣ୍ଟନ ଜାରି ରହିବ ।
✅ ପ୍ରଭାବିତ ପରିବାରଗୁଡ଼ିକୁ ନିତ୍ୟବ୍ୟବହାର୍ଯ୍ୟ ବସ୍ତ୍ର ଓ ବାସନ-କୁସନ କ୍ରୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ।
ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୂର୍ବସ୍ଥିତି ଫେରାଇ ଆଣିବା ଏବଂ ପ୍ରଭାବିତମାନଙ୍କୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବା ଆମ ସରକାରଙ୍କ ପ୍ରାଥମିକତା। ଏହି କାର୍ଯ୍ୟରେ ଅର୍ଥ କେବେହେଲେ ବାଧକ ସାଜିବ ନାହିଁ। ଚୂଡ଼ାନ୍ତ ଆକଳନ ପରେ ଆବଶ୍ୟକତା ଅନୁଯାୟୀ ଏହି ସହାୟତା ରାଶିକୁ ଆହୁରି ସମ୍ପ୍ରସାରିତ କରାଯାଇପାରେ ।
ବନ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ଚାଷୀ ଓ ଜନସାଧାରଣଙ୍କ ହିତରେ ଏହିଭଳି ଐତିହାସିକ ନିଷ୍ପତ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ।
#ciktykhabarbhadrak