
#ବଡ଼ଚଣା_ବିଜେପିରେ_ଗୋଷ୍ଠୀ_କନ୍ଦଳ
#ଫଳକ_ରାଜନୀତିରେ_ଫଶିଲେ_ବିଧାୟକ
#ନିର୍ବାଚନ_ପୂର୍ବରୁ_ଡ୍ୟାମେଜକୁ_ମ୍ୟାନେଜ_କରି_ପାରିବେ_ତ ?
#BJPPresident
#ManmohanSamal
#CMOOdisha
#MohanChMajhi
#DharmendraPradhan
#BreakingNews
#BadachanaBJP
#BJPOrganaisation
#DisplayBoardPoltics
#Darpangada
#BadachanaMLA
#AmaraKumarNayak
ସରକାର କ୍ଷମତାରେ ଥିବାରୁ କଥା ପଦାକୁ ଆସୁନଥିବା ବେଳେ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗୋଷ୍ଠୀ କନ୍ଦଳ ଜଳ-ଜଳ ହୋଇ ପଦାକୁ ଦିଶିଲାଣି। ମିଳିଥିବା ସୂଚନା ଅନୁଯାୟୀ ବଡ଼ଚଣା ନିର୍ବାଚନ ମଣ୍ଡଳୀର ଦର୍ପଣ ପଞ୍ଚାୟତର ଦର୍ପଣଗଡରେ ଏକ କମ୍ୟୁନିଟ ସେଣ୍ଟର (ଆମ୍ବେଦକର କୁଟୀର) ଉଦଘାଟନ ପାଇଁ ୧୨-୦୯-୨୦୨୬ ରେ ଧାର୍ଯ୍ୟ ହୋଇଥିବା ବେଳେ ଉଦଘାଟକ ଭାବରେ ଯୋଗଦେବା ନିମନ୍ତେ ବିଧାୟକ ଅମର କୁମାର ନାୟକ ସମ୍ମତି ପ୍ରଦାନ କରିଥିଲେ, ଫଳକ ମଧ୍ୟ ନିର୍ମାଣ ହୋଇ ଲାଗି ସାରିଥିଲା।
ହେଲେ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ କରାଯିବାର ଜାଣିବାକୁ ମିଳିଛି। ଦୁଇ ଗୋଷ୍ଠି ଦୁଇ ଦୁଇଟି ଫଳକ ତିଆରି କରିଥିବାର ବିଧାୟକ ଜାଣିବା ପରେ ଯୋଗ ଦେବାକୁ ଅନିଚ୍ଛା ପ୍ରକାଶ କରିଥିବା ଜାଣିବାକୁ ମିଳିଛି।
"କେତେଦିନ ବିଜୁ ଜନତା ଦଳର କ୍ୟାଡ଼ରକୁ ଧରି ବିଧାୟକ ସଙ୍ଗଠନ କରିବେ ଓ ରାଜନୀତି କରିବେ" ଆମେ ବି ଦେଖିବୁ କହି ଗୋଟିଏ ଗୋଷ୍ଠୀ ସ୍ପଷ୍ଟ କରିଥିବା ଜଣାପଡ଼ିଛି ।
ଘଟଣାକୁ ନେଇ ବିଧାୟକ କିମ୍ବା ତାଙ୍କ ଶିବିର ସମ୍ପୂର୍ଣ୍ଣ ନିରବ ରହିଛନ୍ତି ,ସବୁଠାରୁ ବଡ଼ କଥା ହେଉଛି ସାଧାରଣ ନିର୍ବାଚନ ଯିବାର ଅଢ଼େଇ ବର୍ଷ ପରେ ଗାଁ ରୁ ସହର ପଲ୍ଲୀରୁ ଦିଲ୍ଲୀ ସବୁଠି ଅସନ୍ତୋଷ କୁହୁଳି ଥିବା ବେଳେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ଆଗାମୀ ଦିନରେ ଏହାକୁ କିଭଳି ବଡ଼ଚଣା ବିଜେପି ମ୍ୟାନେଜ କରୁଛି ଦେଖିବାକୁ ବାକି ରହିଲା।