#ବିପୁଳ_ପରିମାଣର_ଦେଶୀ_ମଦ_ଜବତ।
#ପୋଲିସକୁ_ଦେଖି_ଗାଡ଼ି_ଛାଡ଼ି_ଛୁ_ମାରିଲା_ଡ୍ରାଇଭର ।
ଜଳେଶ୍ୱର ଥାନା ଝାଡ଼େଶ୍ୱରପୁର ଠାରେ ପୋଲିସକୁ ଦେଖି ରାସ୍ତା ଉପରେ ମଦ ଭର୍ତି ପିକଅପ ଭେନ ଛାଡି ଡ୍ରାଇଭରଛୁ ମାରିଥିଲା ବେଳେ ସନ୍ଦେହରେ ପୋଲିସ ଯାଞ୍ଚ କରିବାରୁ ମଦ ଥିବା ଜାଣି ପାରି ପିକଓପ ଭେନକୁ ଅଟକାଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଗାଡ଼ିରେ ଲକ୍ଷାଧିକ ଟଙ୍କାର ମଦ ଥିବା ସୂଚନା । ରାତି ପାଖାପାଖି ୧୦ ଟା ସମୟରେ OD 01J3873 ନଂ ବିଶିଷ୍ଟ ଏକ ପିକଓପ ଭେନ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଭର୍ତି କରି ବାଲେଶ୍ୱର ଆଡୁ ଜଳେଶ୍ୱର ଆଡକୁ ଆସୁଥିଲା ବେଳେ ପୋଲିସ ଭେନ ଗାଡି ଦେଖି ଡ୍ରାଇଭର ଦୌଡ଼ି ପଳାଇ ଯିବାରୁ ସନ୍ଦେହ ଉପୁଜିଥିଲା । ପୋଲିସ ଯାଞ୍ଚ କରିବାରୁ ସେଥିରେ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଥିବା ଜାଣିବାକୁ ପାଇଥିଲା । ପୋଲିସ ଉକ୍ତ ଗାଡିକୁ ଥାନାକୁ ନେଇଥିଲା ବେଳେ ତାହା ଜଳେଶ୍ୱର ଲକ୍ଷ୍ମଣନାଥ ମଦ କାଉଣ୍ଟରକୁ ଯାଉଥିବା ବୋଲି ସୂଚନା ରହିଛି । ତେବେ ପୋଲିସ ପିକଓପକୁ ଥାନାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ।
#NewsUpdate #newsfeed #PoliceInvestigation #raid #balasore #Jaleswar #mahimatv
Basta, Balasore | Jun 5, 2026