ପାରଳାଖେମୁଣ୍ଡି: ଗଜପତିରେ ଶୁଭାରମ୍ଭ ହେଲା ସୋଲାର ରଥ: ପିଏମ୍ ସୂର୍ଯ୍ୟ ଘର ଯୋଜନା ନେଇ ବଢ଼ିବ ସଚେତନତା
ଗଜପତି ଜିଲ୍ଲାରେ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ନେଇ ସୋଲାର ରଥର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏହି ରଥକୁ ଶୁଭାରମ୍ଭ କରିଛନ୍ତି। ଟିପିଏସଓଡିଏଲ ଦ୍ୱାରା ପରିଚାଳିତ ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ରୁଫ୍ଟପ୍ ସୋଲାର ସମ୍ପର୍କରେ ଲୋକଙ୍କୁ ସଚେତନ କରିବ।