#ମା_ବିରଜା_ଙ୍କ_ରଥଯାତ୍ରା_ପାଇଁ_ପ୍ରସ୍ତୁତି
ଯାଜପୁର ର ଅଧିଷ୍ଠାତ୍ରୀ ଦେବି ମା’ ବିରଜାଙ୍କ ପବିତ୍ର ରଥଯାତ୍ରା ଏବଂ ଆଗାମୀ ଦୁର୍ଗାପୂଜା ପାର୍ବଣକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂଜା ଓ ଉତ୍ସବ ସମୟରେ ଆଇନଶୃଙ୍ଖଳା ରକ୍ଷା, ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଓ ସାମାଜିକ ସୌହାର୍ଦ୍ଦ୍ୟ ବଜାୟ ରଖିବା ଉପରେ ଆଲୋଚନା ହୋଇଥିଲା। ବିଶେଷକରି ଡିଜେ ଓ ଉଚ୍ଚଶବ୍ଦ ସାଉଣ୍ଡ ସିଷ୍ଟମ୍ ଯୋଗୁଁ ବୃଦ୍ଧବୃଦ୍ଧା, ରୋଗୀ ଓ ସାଧାରଣ ଲୋକଙ୍କ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ନିୟମ ଓ ଶବ୍ଦସୀମା ପାଳନ ପାଇଁ ଜିଲ୍ଲାପାଳ ନିବେଦନ କରିଥିଲେ। ପୂଜା ସମୟରେ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ସୁବିଧା ପାଇଁ ସହରର ମୁଖ୍ୟ ରାସ୍ତା ଓ ଗଳିରାସ୍ତାଗୁଡ଼ିକର ଖାଲଖମା ମରାମତି କାର୍ଯ୍ୟ ତୁରନ୍ତ ଶେଷ କରିବା ସହ ରାସ୍ତାକୁ ଓହଳି ରହିଥିବା ଏବଂ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସୁଥିବା ଗଛର ଡାଳଗୁଡ଼ିକୁ ଛେଦନ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଶାରଦୀୟ ଉତ୍ସବକୁ ଶାନ୍ତି, ସୌହାର୍ଦ୍ଦ୍ୟ ଓ ଭାଇଚାରାର ପରିବେଶରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକ, ପୂଜା କମିଟି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ସହଯୋଗ କରିବାକୁ ନିବେଦନ କରାଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମାଝୀ,ମନ୍ଦିରର ବରିଷ୍ଠ ସେବାୟତ, ବିଭିନ୍ନ ପୂଜା କମିଟିର ସଭାପତି ଓ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ।
#BirajaTemple #birajakhetra #birajarathayatra #JajpurNews #jajpurkhabar #Aeiodisha #lntvnetwork