👉 ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ ଫିଡ୍ ଓ ଜବାହର ଯୁବକ ସଂଘ ଗୁଡ଼େଶିରାର ମିଳିତ ଉଦ୍ୟମରେ ବୃକ୍ଷରୋପଣ
ବରଗଡ଼ ଜିଲ୍ଲା ବରଗଡ଼ ବ୍ଲକ୍ ଅନ୍ତର୍ଗତ ଗୁଡ଼େଶିରା ଗ୍ରାମର ଡୁଙ୍ଗୁରୀ ଠାରେ ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ ଫିଡ୍ (ଫାଉଣ୍ଡେସନ ଫର୍ ଏଜୁକେସନାଲ ଆଣ୍ଡ ଇକୋନୋମିକ ଡେଭଲପମେଣ୍ଟ) ଏବଂ ଜବାହର ଯୁବକ ସଂଘ ଗୁଡ଼େଶିରାର ମିଳିତ ଉଦ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଫିଡ୍ ଟ୍ରଷ୍ଟର ଚେୟାରମେନ ଫଣୀନ୍ଦ୍ର କୁମାର ତାଣ୍ଡିଙ୍କ ତତ୍ତ୍ଵାବଧାନରେ ଗୁଡ଼େଶିରା ଗ୍ରାମର ଡୁଙ୍ଗୁରି ଠାରେ ଥିବା ସତ୍ୟମହିମା ଧର୍ମ ଆଶ୍ରମ ପରିସରରେ ଲାଲମଣି ବାବା, ସୂର୍ଯ୍ୟ ମାତା, ମେଘନାଦ ବାବା,ତପନ ବାବା ପ୍ରଥମେ ଚାରା ରୋପଣ କରିଥିଲେ। ଏହାପରେ ଆଶ୍ରମ ସନ୍ନିକଟ ଯାତ୍ରା ପଡ଼ିଆର ଚତୁପାର୍ଶ୍ୱରେ ଚାରା ରୋପଣ କରା ଯାଇଥିଲା।ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ଜିଲ୍ଲା ସମୀକ୍ଷା ଅଧିକାରୀ ଫଣୀନ୍ଦ୍ର କୁମାର ତାଣ୍ଡି, ବରଗଡ଼ର ଏଡିସନାଲ୍ ସି.ଏସ.ଓ ଶମ୍ଭୁ ପ୍ରସାଦ ହରପାଲ, କଟାପାଲି କଲେଜର ପ୍ରିନ୍ସିପାଲ ସଞ୍ଜୀବ ସୁନା, ସମୀକ୍ଷା ତତ୍ତ୍ୱାବଧାରକ ଅରକ୍ଷିତ ଭୁଏ, ବଗେଇବିରା ଇଣ୍ଡିଆନ୍ ମିଲିଟାରୀ ଏକାଡେମୀର ପ୍ରତିଷ୍ଠାତା ପୁରନ୍ଦର ଭୋସାଗର, ସୋହେଲା ତହସିଲ କାର୍ଯ୍ୟାଳୟର ସେକ୍ସନ ଅଫିସର କ୍ରିଷ୍ଣା ସୁନା , ଶ୍ରିଗିଡା ଗ୍ରା.ପ.ର ପିଇଓ ରମେଶ ନାଗ, ପାଣିମୋରା ଗ୍ରା.ପ.ର ପିଇଓ ଓମ୍ ପ୍ରକାଶ ମହାନନ୍ଦ , ତବଡା ଗ୍ରା.ପ.ର ପିଇଓ ସେବାନନ୍ଦ ଭେଶ୍ରା, କେଛୋଦାଦର୍ ସେବାଶ୍ରମର ପ୍ରଧାନ ଶିକ୍ଷକ କ୍ଷୀରେଶ୍ୱର ତାଣ୍ଡି , କାଇଁଶିର ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାଗ, ବିକାଶ ହସ୍ପିଟାଲ୍ ର ଲାବୋରାଟୋରି ଆସିଷ୍ଟାଣ୍ଟ ଲକ୍ଷ୍ମଣ ଛୁରିଆ , ଜବାହର ଯୁବକ ସଂଘର ମୋହନ ନାଗ , ସୀମା ବିଭାର, ଧୀରେନ୍ଦ୍ର ଶିକା, କୁନ୍ଦ। ତାଣ୍ଡି, ଶ୍ଳୋକ ଛତର ଏବଂ ତୁସନ୍ତ ସୁନା ପ୍ରମୁଖଙ୍କ ସହ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନର ବ୍ୟକ୍ତି ଉପସ୍ଥିତ ରହି ବୃକ୍ଷରୋପଣରେ ସହଯୋଗ କରିଥିଲେ। ତତ୍ ସହିତ ଗ୍ରାମର ବହୁ ଯୁବକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ବୃକ୍ଷରୋପଣ କାର୍ଯ୍ୟକ୍ରମ ପରେ ଯାତ୍ରାପଡ଼ିଆ ମଧ୍ୟରେ ଥିବା ମହିମା ଯଜ୍ଞମଣ୍ଡପ ଠାରେ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ପୃଥିବୀରେ ଦିନକୁ ଦିନ ବଢ଼ି ଚାଲିଥିବା ଗ୍ଲୋବାଲ ୱାର୍ମିଂ ଏବଂ ଏହାର ପ୍ରତିକାର , ପ୍ଲାଷ୍ଟିକ ମୁକ୍ତ ଭାରତ ତଥା ବହୁ ମାତ୍ରାରେ ବୃକ୍ଷରୋପଣ ପୂର୍ବକ ଜଳ,ଜମି ଏବଂ ଜଙ୍ଗଲର ସଂରକ୍ଷଣ ଉପରେ ଆଲୋଚନା କରାଗଲା। ଶେଷରେ ମୋହନ ସୁନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Bargarh, Bargarh (Baragarh) | Aug 23, 2026