ଟିଟିଲାଗଡ: ଟିଟିଲାଗଡ଼ରେ ବାହୁଡା଼ ଯାତ୍ରା ସୁରୁଖୁରୁରେ ସମ୍ପନ୍ନ - ମାଉସୀ ମା ଘରୁ ଜଗନ୍ନାଥ ମନ୍ଦିରକୁ କଲେ ପ୍ରତ୍ୟାବର୍ତ୍ତନ।
ଟିଟିଲାଗଡ଼ ମାଉସୀ ମା ମନ୍ଦିରରୁ ସନ୍ଧ୍ୟା ସମୟରେ ହଜାର ହଜାର ଭକ୍ତଙ୍କ ସମାବେଶ ହୋଇଥିଲା ବାହୁଡା଼ ଯାତ୍ରା ଦେଖିବା ପାଇଁ। ରିତିକାନ୍ତି କରି ତିନି ଠାକୁରଙ୍କୁ ଆଣିବା ପରେ ରଥ ଟଣା ଆରମ୍ଭ ହୋଇଥିଲା। ମନ୍ଦିର କମଟି,ସ୍ଥାନୀୟ ଜନତା ତଥା ପୋଲିସ ଟିମ ତତ୍ତ୍ଵାବଧାନରେ ଧୀରେ ଧୀରେ ରଥ ଟଣା ହୋଇଥିବା ବେଳେ ଆସୁଥିବା ରାସ୍ତାରେ ଜୟ ଜଗନ୍ନାଥ ଧ୍ବନିରେ କମ୍ପି ଉଠିଥିଲା ସେହି ଅଞ୍ଚଳ। ସେବାୟତ ମାନଙ୍କ ଦ୍ଵାରା ଏବେ ଚାଲିଛି ପୂଜାର୍ଚ୍ଚନା।