କୋରାପୁଟରେ ଜିଲ୍ଲା ପରିଷଦ ବୈଠକରେ ଅସନ୍ତୋଷ
କୋରାପୁଟ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ଅଞ୍ଚଳରେ ବିକାଶ କାର୍ଯ୍ୟ ଧୀମା ହୋଇଥିବା ନେଇ ପ୍ରଶାସନିକ ଅଧିକାରୀମାନଙ୍କୁ ତାଗିଦ କରାଯାଇଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କ ସମସ୍ୟା ଓ ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦେଇ କାମ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। କାମରେ ଅବହେଳା କଲେ ଜିଲ୍ଲା ଛାଡ଼ିବାକୁ ପଡ଼ିବ ବୋଲି ଚେତାବନୀ ଦେଇଥିବା କହିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା।
“ଆଦିବାସୀ ଅଞ୍ଚଳର ବିକାଶରେ ଅବହେଳା ନୁହେଁ, ଦରକାର ତ୍ୱରିତ କାର୍ଯ୍ୟ” — ବୈଠକରେ ଏଭଳି ମତ ପ୍ରକାଶ ପାଇଛି।
📍 କୋରାପୁଟ | ଜିଲ୍ଲା ପରିଷଦ ବୈଠକ
#Koraput #KoraputNews #DistrictCouncil #Development #OdishaNews #National24