ଝାରସୁଗୁଡା: ଝାରସୁଗୁଡ଼ାରେ ନଭେମ୍ବର 14ରେ ସାମୂହିକ ସ୍ୱଚ୍ଛତା ଅଭିଯାନ: ସହରବାସୀଙ୍କୁ ଆହ୍ୱାନ
ସ୍ୱଚ୍ଛ ଝାରସୁଗୁଡ଼ା ଗଠନ ପାଇଁ ଆସନ୍ତା ନଭେମ୍ବର 14 ତାରିଖ ସକାଳ 7ଟାରେ ସହରରେ ସାମୂହିକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହେବ। ବିଭିନ୍ନ ସଂଗଠନ ଓ କ୍ଲବଙ୍କ ମିଳିତ ଉଦ୍ୟମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ସହରବାସୀଙ୍କୁ ନିବେଦନ କରାଯାଇଛି।