#ବିରକୁଆଁ_ଗ୍ରାମରେ_ପ୍ରଧାନମନ୍ତ୍ରୀ_ମୋଦୀଜି_ଙ୍କ_ଜନ୍ମ_ଦିନ_ପାଳିତ |
ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ମୋଦୀ ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ବଡ଼ନଗରରୁ ରାଜନୈତିକ ଯାତ୍ରା ଆରମ୍ଭ କରି ସେ ଗୁଜରାଟ ମୁଖ୍ୟମନ୍ତ୍ରୀରୁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଜନ୍ମଦିନ ଅବସରରେ ଦେଶବ୍ୟାପୀ ସେବା ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ଅବସର ରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ବିରକୁଆଁ ଗ୍ରାମ ରେ ଅଙ୍ଗନୱାଡ଼ି ( କ/ଖ ) କର୍ମୀ ସବିତା ମହାନ୍ତ ଓ ମୀନାକୁମାରୀ ମୁଣ୍ଡା ଙ୍କ ସହଯୋଗ ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରି ସୁଭଦ୍ରା ଯୋଜନାର ୨ୟ ବର୍ଷ ପୂର୍ତ୍ତି ପାଳନ ସହ ଦୀପ ଜାଳି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଦୀର୍ଘାୟୁ, ନିରାମୟ ଜୀବନ ଏବଂ ରାଷ୍ଟ୍ରସେବା ପାଇଁ ଅପାର ଶକ୍ତି ପ୍ରଦାନ କରନ୍ତୁ ବୋଲି ଜଣାଇଥିଲେ | ଗ୍ରାମର ମହିଳା ମାନକଙ୍କ ଉପସ୍ଥିତି ଏହି କାର୍ଯ୍ୟକର୍ମକୁ ସଫଳମଣ୍ଡିତ ହୋଇଥିଲା |
#keonjhar #happybirthdaymodiji #champua