ଇଣ୍ଡିଆ ବ୍ଲକରେ ଥିବା ସିପିଏମ, କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳର ଆହ୍ବାନ କ୍ରମେ ଅକ୍ଟୋବର ୮ତାରିଖ ହେବାକୁ ଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦକୁ ସଫଳ କରିବା ଓ ଲୋକଙ୍କୁ ସଚେତନ କରିବା ପାଇଁ ଏକ ଶୋଭାଯାତ୍ରା ଜଳେଶ୍ଵର ସହର ପରିକ୍ରମା କରିଥିଲା। ଶତାଧିକ ଲୋକ ଦଳୀୟ ପତାକା ଧରି ଏମ୍ ଏମ୍ ଡି ଆରକୁ ବାତିଲ କର, ଗଣତନ୍ତ୍ର ହତ୍ୟାକାରୀ ଭୋଟ ଚୋର ଜ୍ଞାଳେଶ କୁମାରଙ୍କୁ ବହିଷ୍କାର କର, ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରତ୍ୟାହାର କର, ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସ୍ତୁତିର କାର୍ପଟଦାର ରାଜ୍ୟର ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅ, ଲଗାତର ବନ୍ୟାରେ କ୍ଷତିଗ୍ରସ୍ତ ବିପନ୍ନଙ୍କୁ ଆର୍ଥିକ ସହାୟତା ପ୍ରଦାନ କର, କର୍ପୋରେଟର ମାନଙ୍କ ୠଣ ଛାଡ଼ ପରିବର୍ତ୍ତେ କୃଷି ଋଣ ଛାଡ଼ କର, ଜଳେଶ୍ଵରକୁ ବନ୍ୟା ନିୟନ୍ତ୍ରଣ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କର ଆଦି ନାରା ଦେଇ ସହର ପରିକ୍ରମା କରିବା ସହିତ ଲୋକଙ୍କ ମଧ୍ୟରେ ଲିଫ୍ ଲେଟ୍ ବଣ୍ଟନ କରାଯାଇ ଥିଲା।
Surajtv Surajtv Odia CMO Odisha Biju Janata Dal Odisha Indian National Congress Bharatiya Janata Party (BJP) #cpim
Baleshwar Sadar, Balasore | Oct 7, 2026