ରାୟଗଡା: ଥେରୁବାଲି ପଞ୍ଚାୟତରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ବୁଧବାର ପୂର୍ବାହ୍ନରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର ଥେରୁବାଲି ପଞ୍ଚାୟତରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇଛି। ସରପଞ୍ଚ ମମତା ପୁଲାକା,ପିଇଓ, ସମସ୍ତ ଓ୍ବାର୍ଡ ସଭ୍ୟ ଯୋଗ ଦେଇଥିଲେ । ଏସଏଚଜି ମହିଳା, ଅଙ୍ଗନବାଡ଼ି କର୍ମୀ,ଆଶା ଦିଦି ଉପସ୍ଥିତ ଥିଲେ। ସକାଳ ୯ଟା ସମୟରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ପାଇଁ ପଞ୍ଚାୟତ ସ୍ତରୀୟ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ମହିଳାମାନେ ଅଂଶ ଗ୍ରହଣ କରିଥିଲେ। ସରପଞ୍ଚ ଆନ୍ତର୍ଜାତିୟ ମହିଳା ଦିବସ ଉପରେ ନିଜର ବକ୍ତବ୍ୟ ରଖିଥିଲେ।