କୋଟପାଡ: ନିସନାପାକନା ଗାଁ ରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଯୁବକ ଗିରଫ,
Kotpad, Koraput | Jan 12, 2026 ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଯୁବକ ଗିରଫ l ଆଜି ଅପରାହ୍ନ ଚାରିଟା ସମୟରେ ଅଭିଯୁକ୍ତ ଙ୍କୁ ଜୟପୁର କୋର୍ଟ ଚଲାଣ କଲା ବୈପାରୀଗୁଡା ପୋଲିସ l ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଠପଡା ପଞ୍ଚାୟତର ନିଶନାପାକନା ଗ୍ରାମରେ ଗତ ୩ ତାରିଖ ଦିନ ଘନ ପାଙ୍ଗିଙ୍କ ଚାଷ ଜମି ନିକଟରେ ଥିବା ଏକ ଗଛରେ ଭଗବାନ ଖିଲଙ୍କ ଝିଅ କମଳି ଖିଲ (୨୩)ଙ୍କ ମୃତଦେହ ଥିଲା। ଯାହାକୁ ନେଇ ସନ୍ଦେହ କରି ପୋଲିସ ନିକଟରେ ହତ୍ୟା ଅଭିଯୋଗ କରିଥିଲେ ପରିବାର ଲୋକେ l ଏହି ନେଇ ଆଜି ପୋଲିସ ପକ୍ଷରୁ ଅଭିଯୁକ୍ତ ବାବୁଲା ପାଙ୍ଗି ଗିରଫ କରି କୋର୍ଟ ଚଲାଣ କରାଯାଇଥିବା ବୈପାରିଗୁଡା ଥାନା ଓଆଇସି ଡମ୍ବରୁଧର ବର୍ତିଆ l