ତାଳଚେର ଲିଙ୍ଗରାଜ କୋଇଲା ଖଣିର ଲୋକାଲ୍ ସେଲ୍ରୁ କୋଇଲା ପରିବହନକୁ ନେଇ ଏବେ ଅସନ୍ତୋଷ ତେଜିବାରେ ଲାଗିଛି। ଡେସ୍ପାଚ୍ ଇନ୍ଚାର୍ଜଙ୍କ କାର୍ଯ୍ୟଶୈଳୀକୁ ନେଇ ଟ୍ରକ୍ ମାଲିକଙ୍କ ମଧ୍ୟରେ ଉଠିଛି ଅସନ୍ତୋଷର ସ୍ୱର। ଟ୍ରକ୍ ମାଲିକମାନଙ୍କ ଅଭିଯୋଗ ଅନୁସାରେ, ଟାଟା ପ୍ଲାଣ୍ଟକୁ କୋଇଲା ପରିବହନ ପାଇଁ ଲାଷ୍ଟ ଡେଟ୍ ୭ କିମ୍ବା ୮ ତାରିଖ ଥିବା ସତ୍ତ୍ୱେ, ୪ ତାରିଖରୁ ଟାଟା କମ୍ପାନୀକୁ ଅତିରିକ୍ତ ସୁବିଧା ବା ‘ଫ୍ରି ହିଟ୍’ କାହିଁକି ଦିଆଗଲା, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଟ୍ରକ୍ ମାଲିକମାନେ#ତାଳଚେର#ଅନୁଗୋଳ #damantv
Anugul, Angul | Sep 11, 2026