ପଟ୍ଟାଙ୍ଗୀ: ହାତୀବାରୀ ପଞ୍ଚାୟତ ଅନ୍ତର୍ଗତ କଣ୍ଡରା-ହରିଡାଗୁଡା ରାସ୍ତାରେ ପୋଲ ଧସିଲା, ୪ଟି ଗ୍ରାମକୁ ଯାତାୟତ ଠପ
ନନ୍ଦପୁର ବ୍ଲକ ଦୁର୍ଗମ ହାତୀବାରୀ ପଞ୍ଚାୟତ ଅନ୍ତର୍ଗତ କଣ୍ଡରା-ହରିଡାଗୁଡା ରାସ୍ତାରେ ଥିବା ପୋଲଟି ଆଜି ଦିନ ୧୧ଘଣ୍ଟା ସମୟରେ ବର୍ଷାରେ ଧସି ଯାଇଛି। ଫଳରେ କଣ୍ଡରା ଠାରୁ, ଡେଙ୍ଗିଆମ୍ବ, ଢ଼ାବା ପଣସପୁଟ ଓ ହରିଡାଗୁଡ଼ା ଗ୍ରାମକୁ ଯାତାୟାତ ଠପ୍ ହୋଇଛି। ତିନି ସପ୍ତାହ ତଳେ ଉକ୍ତ ପୋଲରେ ଏକ ଛୋଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଯାହା ସୋମବାର ସୁଧା ବଡ ହୋଇ ପୋଲର ଅଧାରୁ ଅଧିକ ଅଂଶ ଧସି ଖସି ଯିବାରେ ବର୍ତମାନ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଲୋକେ ଉକ୍ତ ରାସ୍ତା ଦେଇ ଆଉ ଦୁଇ ଚକିଆ ଯାନ ଚଳେଇ ବାକୁ ସୁରକ୍ଷିତ ମଣୁ ନାହାନ୍ତି। ପାଦରେ ଚାଲି ଯାତାୟାତ କରୁଥିବା କହିଛନ୍ତି