କାଠ ଫାଳିଆରେ ବେକ ଚିପି ନବବଧୂକୁ ହତ୍ୟା ଅଭିଯୋଗ
🔴 ମାତ୍ର ୩ ମାସ ତଳେ ହୋଇଥିଲା ବିବାହ
🔴 ବେକ, କାନ ଓ ହାତରେ ରହିଛି ଗଭୀର କ୍ଷତ ଚିହ୍ନ
ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅଞ୍ଚଳରୁ ଏକ ଲୋମହର୍ଷକ ଘଟଣା ସାମ୍ନାକୁ ଆସିଛି। କମର୍ଦ୍ଦା ଥାନା ଅନ୍ତର୍ଗତ ଆରୁହାବର୍ତ୍ତି ଗାଁରେ ଜଣେ ନବବଧୂଙ୍କୁ କାଠ ଫାଳିଆରେ ବେକ ଚିପି ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ସାଂଘାତିକ ଅଭିଯୋଗ ହୋଇଛି।
ମୃତା ନବବଧୂ ଜଣକ ହେଲେ ମନ୍ଦାରୁଣୀ ଗ୍ରାମର ପୂଜା ରାଣି ଦାସ। ମାତ୍ର ୩ ମାସ ପୂର୍ବେ ଆରୁହାବର୍ତ୍ତି ଗ୍ରାମର ଭବଶଙ୍କର ଦାସଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ଘରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣିଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଝିଅର ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ସହ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ କମର୍ଦ୍ଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
#Jaleswar #Balasore #OdishaNews #CrimeNews #PoliceInvestigation #Update