ରାୟଗଡା: ବଡଭୁଇଁ ଛକରେ ୩୮ କେଜି ୧୧୫ ଗ୍ରାମ ଗଞ୍ଜେଇ ଜବତ କଲା ଗୁଡ଼ାରୀ ପୋଲିସ, ୭ ଗିରଫ
ବୁଧବାର ପୂର୍ବାହ୍ନରେ ଗୁଡ଼ାରୀ ପୋଲିସ ବଡଭୁଇଁ ଛକରେ ଚଢାଉ କରି ୩୮କେଜି ୧୧୫ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିରେ ସଂପୃକ୍ତ ୭ ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ୧ ମୋଟର ସାଇକେଲ,୭ଟି ମୋବାଇଲ ଫୋନ ଓ ନଗଦ ୨୩୦ ଟଙ୍କା ଟଙ୍କା ଜବତ କରିଛି। ପିଏସ କେଶ୍ ନମ୍ବର ୩୧/୨୫ରେ ଏକ ମାମଲା ରୁଜୁ କରି ପୋଲିସ ଅନୁସନ୍ଧାନ ଜାରୀ ରଖିଛି।