*ମିଡ଼ିଆ କ୍ଲବ, ରାଉରକେଲା ପରିସରରେ ଧୁମଧାମରେ ପାଳିତ ହେଲା 80ତମ ସ୍ୱାଧୀନତା ଦିବସ*
*ରାଉରକେଲା:* ଦେଶବାସୀଙ୍କ ସହ ତାଳ ଦେଇ ମିଡ଼ିଆ କ୍ଲବ, ରାଉରକେଲା ପକ୍ଷରୁ କ୍ଲବ ପରିସରେ ଅତ୍ୟନ୍ତ ଉତ୍ସାହ ଓ ଦେଶଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ 80ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।
ଏହି ବର୍ଷ ସ୍ୱାଧୀନତା ଦିବସର ମୁଖ୍ୟ ବିଷୟବସ୍ତୁ ଥିଲା *"ୟୁବା ଶକ୍ତି ପାଇଁ ବିକଶିତ ଭାରତ ଏବଂ ବନ୍ଦେ ମାତରମର 150 ବର୍ଷ"*। ଦେଶ ଗଠନରେ ଯୁବପିଢ଼ିଙ୍କ ଅବଦାନ, ସ୍ୱଦେଶୀ ପ୍ରଯୁକ୍ତି, ସବୁଜ ରୂପାନ୍ତର ଏବଂ ଆତ୍ମନିର୍ଭରଶିଳତା ଓ ପ୍ରତିରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଚାମ୍ବର ଅଫ କମର୍ସ ଓ ଇଣ୍ଡଷ୍ଟ୍ରିର ପୂର୍ବତନ ସଭାପତି *ଶ୍ରୀ ସୁନୀଲ କାଏଲ* ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବେ *ଇଂ ବିମଲ ବିଶି* ଓ *ଇଂ ଗୋପୀନାଥ ପଟ୍ଟନାୟକ*, ପି. ପି ରାୟ ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମର ଇତିହାସ ଓ ବର୍ତମାନର ବିକଶିତ ଭାରତ ଗଠନରେ ଗଣମାଧ୍ୟମର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ସାଧାରଣ ସମ୍ପାଦକ *ଶ୍ରୀ ବିବେକାନନ୍ଦ ଦାସ* ସ୍ୱାଗତଭାଷଣ ଦେବାସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସେ କହିଲେ ଯେ ଯୁବଶକ୍ତି ହିଁ ଆଗାମୀ ଭାରତର ଭିତ୍ତି ଏବଂ ମିଡ଼ିଆ ସେମାନଙ୍କ କଥାକୁ ଜନତା ପର୍ଯ୍ୟନ୍ତ ପହଞ୍ଚାଇବାର ବଡ଼ ଦାୟିତ୍ୱ ବହନ କରେ।
ଜାତୀୟ ପତାକା ଉତ୍ତୋଳନ ପରେ ଦେଶଭକ୍ତିପୂର୍ଣ୍ଣ ଗୀତ, କବିତା ପାଠ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ କ୍ଲବର ସଦସ୍ୟ *ଶ୍ରୀ ସଂଗ୍ରାମ କେଶରୀ ଭୂୟାଁ* ସମସ୍ତ ଅତିଥି, ସଦସ୍ୟ ଓ ଶୁଭେଛୁମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ଏହି ଅବସରରେ କ୍ଲବର ସଦସ୍ୟ ଓ ଶୁଭେଛୁ ଙ୍କ ମଧ୍ୟରେ କୁଞ୍ଜ ବିହାରୀ ରାଉତ, କମଳା କାନ୍ତ ରାଉତ, ଡଃ ବସନ୍ତ କୁମାର ଦାସ, ମନୋରଞ୍ଜନ ଦାଶ, ସତ୍ୟାନନ୍ଦ ବେହେରା, ସନ୍ତୋଷ କୁମାର ସ୍ୱାଇଁ, ବସନ୍ତ ଦାସ, ଡ଼. ସୁବାଷ ଚନ୍ଦ୍ର ଲେଙ୍କା, ରାଜେନ୍ଦ୍ର ପଣ୍ଡା ସରୋଜ ବେହେରା,ଶରତ ଚନ୍ଦ୍ର ପଣ୍ଡା, କୁନିଆ ବାରିକ, ଜଗନ୍ନାଥ ମହନ୍ତ,ବଙ୍କେଶ୍ୱର ସିଂହ , ରବୀନ୍ଦ୍ରନାଥ ଦୁବେ, ଅରୁଣ କୁମାର ଦାଶ, ସସ୍ମିତା ପ୍ରଧାନ, ପ୍ରିୟଙ୍କା ପାଣି
ହେମନ୍ତ ଚନ୍ଦ୍ର ପଣ୍ଡା , ସୁଭଶ୍ରୀ ଦାଶ, ଦିଲୀପ ଶର୍ମା,
ସୁରେନ୍ଦ୍ର ରାୟ ,ସୌମ୍ୟ ରାଉତ, ସୁଧୀର ଦାସ
ନବୀନ ପ୍ରଧାନ, ଅମର ବର୍ମା,
ରାଜକୁମାର ଯାଦବ, ଶୈଳେନ୍ଦ୍ର ସାହୁ,
ଅନିଲ କୁମାର ସାହୁ
ଏମ.ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ସମଗ୍ର କାର୍ଯ୍ୟକ୍ରମ ଦେଶପ୍ରେମ ଓ ଏକତାର ବାର୍ତା ଦେଇ ଶେଷ ହୋଇଥିଲା।