ଛତ୍ରପୁର: ବ୍ରହ୍ମପୁର ଷ୍ଟେସନରେ ୨୭ କେଜି ୭୮୦ ଗ୍ରାମ ଗଞ୍ଜେଇ ଜବତ, ୨୦ ବର୍ଷୀୟ ବ୍ୟକ୍ତି ଗିରଫ
ବ୍ରହ୍ମପୁର ରେଳ ଷ୍ଟେସନରେ ଜିଆରପି ଓ ଆରପିଏଫ୍ର ମିଶ୍ରିତ ଟିମ୍ ୨୭ କେଜି ୭୮୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଗଜପତି ଜିଲ୍ଲା ମୋହନା ଅଞ୍ଚଳର ୨୦ ବର୍ଷୀୟ ବିକାଶ ଜାଗିଲିଙ୍କୁ ଗିରଫ କରାଯାଇଛି। ତାଙ୍କ ପାଖରୁ ମୋବାଇଲ୍ ଫୋନ୍ ଓ ଟ୍ରେନ୍ ଟିକେଟ୍ ମଧ୍ୟ ଜବତ ହୋଇଛି।