ରାୟଗଡା: ଅମଳାଭଟାରୁ ଚାନ୍ଦିଲି ଓ ଶେସଖାଲ ପୋଲିସ ୨ଜଣଙ୍କୁ ଗିରଫ କରିବା ସହ ଉଦ୍ଧାର କଲା ୧୦ ଟି ମୋଟରସାଇକେଲ
ଗୁରୁବାର ରାତି ୧୦ ଟାରେ ଏନେଇ ରାୟଗଡ଼ା ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଚାନ୍ଦିଲି ଥାନା ଓ ଶେଷଖାଲ ଥାନା ପୋଲିସ କର୍ମଚାରୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦ ଟି ଚୋରି ମୋଟରସାଇକେଲ ଉଦ୍ଧାର କରିବା ସହ ଏଥିରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ରାୟଗଡ଼ା,ଚାନ୍ଦିଲି ଓ ଶେସଖାଲ ଥାନା ଅଞ୍ଚଳରୁ ଏହି ଦୁଇ ଅଭିଯୁକ୍ତ ମୋଟରସାଇକେଲଗୁଡିକୁ ଚୋରି କରିଥିବା ନେଇ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।