ବାରିପଦା ସହରର ବିଭିନ୍ନ ଢ଼ାବା, ହୋଟେଲ, ଫାଷ୍ଟଫୁଡ଼ ଦୋକାନରେ ବେଆଇନ ମଦ କାରବାର ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ପୁଣି ଢ଼ାବାରୁ ଶନିବାର ମଦ ଜବତ କରାଯାଇଛି। ଭଞ୍ଜପୁର ଥାନା ପୁଲିସ ଦ୍ଵାରା ଚଢ଼ାଉ କରି ବେଆଇନ ମଦ ଜବତ କରାଯାଇଛି। ଏଥି ସହିତ ଉକ୍ତ କାରବାରରେ ସମ୍ପୃକ୍ତ ଥିବା ଜଣକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ବଡ଼ସାହି ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମର ଭାଗୀରଥ ବେହେରା(୫୫)।