କଣ୍ଟାମାଳ: ଉଦେପୁର୍ ଗ୍ରାମ୍ ନିକଟରୁ 85 କେଜି 200 ଗ୍ରାମ ଗଞ୍ଜେଇ ଜବତ କଲା କଣ୍ଟାମାଳ ପୋଲିସ୍
ରବିବାର କଣ୍ଟାମାଳ ଥାନା ପୋଲିସ ପକ୍ଷରୁ ଉଦେପୁର ଗ୍ରାମ ନିକଟରେ ଚଢାଉ କରି 85 କେଜି 200 ଗ୍ରାମ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉପଖଣ୍ଡ ପୋଲିସ ଅଧିକାରୀ ଲରେନ୍ସ ରାଉତରାୟଙ୍କ ନେତୃତ୍ବରେ କଣ୍ଟାମାଳ ପୋଲିସର ଏକ ଟିମ ଚଢାଉ କରିଥିଲା l ସେଠାରୁ 85 କେଜି 200 ଗ୍ରାମ ଗଞ୍ଜେଇ ଜବତ କରିଥିଲା l ଏ ସମ୍ପର୍କରେ କଣ୍ଟାମାଳ ଥାନାରେ 250/2025 ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ସୁଚନା ମିଳିଛି |