ଆଜି ସକାଳ ସାଡେ ୭ଟାରେ ପିପିଲି ଜଟଣୀ ମୁଖ୍ୟ ରାସ୍ତାର କାକୁଡିଆ ଛକରେ ସାଇରାମ ନାମକ ଏକ ଯାତ୍ରୀ ବାହି ବସ ଓ ହାଇୱା ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି।ଫଳରେ ବସ ରେ ଥିବା ୨ଜଣ ଯାତ୍ରୀ ଗୁରୁତର ହୋଇଥିଲା ବେଳେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପିପିଲି ମେଡିକାଲରେ ଭର୍ତ୍ତି କରିଥିଲେ। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତ ସ୍ଵାଭାବିକ ହୋଇଥିଲା। ପୋଲିସ ଦୁର୍ଘଟଣା ଗ୍ରସ୍ତ ବସ ଓ ହାଇୱେକୁ ଜବତ କରି ତଦନ୍ତ ଆରମ୍ଭ କରିଛି।