ନୂଆପଡା: ନୂଆପଡ଼ାର ନୂତନ ଏସ୍.ପି. ଭାବେ ଦାୟିତ୍ୱ ନେଲେ ତପନ ନାରାୟଣ ରଥ
ନୂଆପଡ଼ା ଜିଲ୍ଲାର ନୂତନ ଏସ୍.ପି. ଭାବେ ଓ.ପି.ଏସ୍. ତପନ ନାରାୟଣ ରଥ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବତନ ଏସ୍.ପି. ଅମ୍ରିତ ପାଳ ସିଂହଙ୍କ ସ୍ଥାନରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ ସାମ୍ବାଦିକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ନିଜର ପ୍ରାଥମିକତା ସମ୍ପର୍କରେ ମତ ରଖିଛନ୍ତି ।