ଭାରସାମ୍ୟ ହରାଇ ବାଇକ ରୁ ପଡି ଦୁଇ ଯୁବକ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି l ଖଇରା ବ୍ଲକ ଅର୍ଜୁନପୁର ଛକ ନିକଟରେ କୁପାରି ଆଡୁ ଏକ ବାଇକ ରେ ଦୁଇ ଯୁବକ ଖଇରା ଆଡୁ କୁ ଆସୁଥିବା ବେଳେ ଉକ୍ତ ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ରୁ ପଡିଯାଇଥିଲେ, ଖବର ପାଇ ଆଜି ରବିବାର ରାତି 7 ଘଟିକା ସମୟରେ ଖଇରା ଅଗ୍ନିସମ ବାହିନୀ ଦ୍ୱାରା ଉଦ୍ଧାର ହୋଇ ଖଇରା ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି,ଦୁଇ ଜଣ ଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଦୁଇ ଜଣ ଙ୍କ ପରିଚୟ ମିଳି ପାରିନାହିଁ l