ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗଡ଼ସାହିରୁ ଘରେ ପଶି ଚୋରି ଘଟଣା,ସିଆରପି ମୁଣ୍ଡା ସାହି ଅଞ୍ଚଳରୁ ଅଭିଯୁକ୍ତ କୁ ଗିରଫ କଲା ପୋଲିସ
ଗଡ଼ସାହିରୁ ଘରେ ପଶି ଚୋରି ଘଟଣା,ସିଆରପି ମୁଣ୍ଡା ସାହି ଅଞ୍ଚଳରୁ ଅଭିଯୁକ୍ତ କୁ ଗିରଫ କଲା ପୋଲିସ | ଅଭିଯୋଗକାରୀ ଏବଂ ତାଙ୍କ ବନ୍ଧୁ ସତ୍ୟବର୍ତ୍ତ ନାୟକ ପ୍ଲଟ୍ ନମ୍ବର ୧୨୮୦, ଗଡ ସାହି, ନୟାପଲ୍ଲୀ ରେ ରହୁଥିଲେ। ସେମାନଙ୍କର ଦୁଇଟି ମୋବାଇଲ୍ ଫୋନ୍, ୩୦୦୦/- ଟଙ୍କା, ଏଟିଏମ କାର୍ଡ, ପାନ୍ କାର୍ଡ, ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଏବଂ ଅନ୍ୟାନ୍ୟ କାଗଜପତ୍ର ଥିବା ଏକ ୱଲେଟ ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ଅଭିଯୋଗକାରୀ ନୟାପଲ୍ଲୀ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।