Public App Logo
Jansamasya
News
Bjp
National
Police
Bihar
बिहार
India
कांग्रेस
भाजपा
Congress
Modi
Delhi
Viral
Jharkhand
Rajasthan
Bollywood
Patna
Breakingnews
Narendramodi
Madhya_pradesh
Cm
Pmmodi
Rahulgandhi
यूपी
Uttarpradesh
Haryana
Uttarakhand
Crimenews
Aap

ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳକୁ ଏକ ସରକାରୀ ଗସ୍ତ ସମୟରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମାନ୍ୟବର ବିଧାୟକ ଶ୍ରୀ ମଙ୍ଗୁ ଖିଲ। ସୂଚନା ଅନୁଯାୟୀ, ବିଧାୟକ ସ୍ୱାଭିମାନ ଅଞ୍ଚଳ ଗସ୍ତରେ ଥିବା ବେଳେ ହଠାତ୍ ପ୍ରବଳ କାଳବୈଶାଖୀ ଝଡ଼-ତୋଫାନ ଆରମ୍ଭ ହୋଇଯାଇଥିଲା। ଏହି କାରଣରୁ ଚିତ୍ରକୋଣ୍ଡା ଘାଟିର ବାଲଭ-ହାଉସ୍ ଛକ ନିକଟରେ ଏକ ବିରାଟ ଗଛ ବିଧାୟକଙ୍କ ଗାଡ଼ି ଉପରେ ଉପୁଡ଼ି ପଡ଼ିଥିଲା, ଯାହା ଫଳରେ ଗାଡ଼ିଟି ସେଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ଓର୍କେଲ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବିଧାୟକଙ୍କ ଗାଡ଼ିକୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଗଛ ପଡ଼ିବା କାରଣରୁ ବର୍ତ୍ତମାନ ସୁଦ୍ଧା ବିଧାୟକ ସେହି ବାଲଭ-ହାଉସ୍ ଘାଟି ରାସ୍ତା ମଧ୍ୟରେ ଅଟକି ରହିଥିବା ବେଳେ ପୋଲିସ କଟର ସାହାଯ୍ୟରେ ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିବାକୁ ଜୋରଦାର ପ୍ରୟାସ ଚଳାଇଛି। ​ #Malkangiri #Chitrakonda #SwabhimanAnchal #ManguKhila #AccidentNews #Kalabaisakhi #OrkelPolice #ValveHouseGhati #MalkangiriNews #DailyMalkangiri

Malkangiri, Malkangiri | Jun 10, 2026

MORE NEWS

କୋଟପାଡ଼ା ଏଇଇ ସତ୍ୟନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସର ବଡ ଧରଣର ଚଢ଼ାଉ।ପୁଳା ପୁଳା ଟଙ୍କା ଓ ସୁନା ଅଳଙ୍କାର ଜବତ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ, ୭ଟି ସ୍ଥାନରେ ଭିଜିଲାନ୍ସ ର ଏକକାଳୀନ ତଲାସି ଜାରୀ ରହିଛି। ଜୟପୁର ପାରାବେଡା ସ୍ଥିତ ଭଢା ଘରେ ଭିଜିଲାନ୍ସ ଚଢ଼ାଉ ରେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଜବତ କରିଛି। ଆୟର ଉତ୍ସଠାରୁ ଅଧିକ ସମ୍ପତ୍ତି  ଠୁଳ କରିଥିବା ଅଭିଯୋଗରେ କୋଟପାଡ଼ା ବ୍ଲକ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ସତ୍ୟନାରାୟଣ ସେଠୀଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି।

କୋଟପାଡ଼ା ଏଇଇ ସତ୍ୟନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସର ବଡ ଧରଣର ଚଢ଼ାଉ।ପୁଳା ପୁଳା ଟଙ୍କା ଓ ସୁନା ଅଳଙ୍କାର ଜବତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ, ୭ଟି ସ୍ଥାନରେ ଭିଜିଲାନ୍ସ ର ଏକକାଳୀନ ତଲାସି ଜାରୀ ରହିଛି। ଜୟପୁର ପାରାବେଡା ସ୍ଥିତ ଭଢା ଘରେ ଭିଜିଲାନ୍ସ ଚଢ଼ାଉ ରେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଜବତ କରିଛି। ଆୟର ଉତ୍ସଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କୋଟପାଡ଼ା ବ୍ଲକ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ସତ୍ୟନାରାୟଣ ସେଠୀଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି।

Malkangiri, Malkangiri | Jun 19, 2026

ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସତୀଗୁଡା ଇକୋ ପାର୍କ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ସଚେତକ ଶ୍ରୀ ପ୍ରଧାନ ବିଭିନ୍ନ ବିଭାଗର ପ୍ରକଳ୍ପ ଅଗ୍ରଗତି ନେଇ ପଚାରି ବୁଝିବା ସହ ବାକି ରହିଥିବା ସମସ୍ତ କାର୍ଯ୍ୟକୁ ସମ୍ପୃକ୍ତ ଠିକାଦାରମାନେ ଯଥାଶୀଘ୍ର ଶେଷ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।  

#MalkangiriNews #Odisha #DailyMalkangiri

ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସତୀଗୁଡା ଇକୋ ପାର୍କ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ସଚେତକ ଶ୍ରୀ ପ୍ରଧାନ ବିଭିନ୍ନ ବିଭାଗର ପ୍ରକଳ୍ପ ଅଗ୍ରଗତି ନେଇ ପଚାରି ବୁଝିବା ସହ ବାକି ରହିଥିବା ସମସ୍ତ କାର୍ଯ୍ୟକୁ ସମ୍ପୃକ୍ତ ଠିକାଦାରମାନେ ଯଥାଶୀଘ୍ର ଶେଷ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। #MalkangiriNews #Odisha #DailyMalkangiri

Malkangiri, Malkangiri | Jun 19, 2026

କୋଟପାଡ଼ା ଏଇଇ ସତ୍ୟନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସର ବଡ ଧରଣର ଚଢ଼ାଉ,ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ୭ଟି ସ୍ଥାନରେ ଏକକାଳୀନ ତଲାସି ଜାରି ରହିଛି।

କୋଟପାଡ଼ା ଏଇଇ ସତ୍ୟନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସର ବଡ ଧରଣର ଚଢ଼ାଉ,ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ୭ଟି ସ୍ଥାନରେ ଏକକାଳୀନ ତଲାସି ଜାରି ରହିଛି।

Malkangiri, Malkangiri | Jun 19, 2026