ମୁକୁଳା ପଡ଼ିଛି ଡ୍ରେନ; ଅସୁରକ୍ଷିତ ମଣିଷ ଓ ଜୀବଜନ୍ତୁଙ୍କ ଜୀବନ।
କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ଡ୍ରେନ ମୁକୁଳା ପଡ଼ିଥିବାରୁ ଏକ ଗୋ ମାତା ଖସିପଡ଼ିଥିଲା। ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀର ସହଯୋଗରେ ଉଦ୍ଧାର କରିଥିଲେ। ଜନ ଗହଳିପୂର୍ଣ୍ଣ ଅଂଚଳରେ ସ୍କୁଲ୍ ଛାତ୍ର ଛାତ୍ରୀ, ବ୍ୟାଙ୍କ୍ କୁ ଆସୁଥିବା ଜନ ସାଧାରଣ ସହିତ ଅନେକ ପର୍ଯ୍ୟଟକ ଯାତାୟାତ କରୁଥିବା ବେଳେ ଦୀର୍ଘ ବର୍ଷ ହେବ ନିର୍ମିତ ଡ୍ରେନ କେଉଁ କାରଣରୁ ମୁକୁଳା ପଡ଼ିଛି ତାହା କୋଣାର୍କ ଏନଏସି ଉତ୍ତର ଦେବେ କି ?
Konark, Puri | Jun 30, 2026