#ଅଭିଯୁକ୍ତଙ୍କୁ_୨୦ବର୍ଷ_ର_କାରାଦଣ୍ଡାଦେଶ
୨୦୧୭ମସିହା ସୁକିନ୍ଦା ଥାନା ଅଂଚଳରେ ୧୬ବର୍ଷିୟ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ। ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମୋଟପାଟଣା ଗ୍ରାମର ଭାଗିରଥି ସାହୁଙ୍କ ପୁଅ ଅନନ୍ତ କୁମାର ସାହୁଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ପୋକସୋ ଫାଷ୍ଟଟ୍ରାକ ସ୍ପେସାଲ ଅଦାଲତ । ଅଭିଯୁକ୍ତ ଟୁରିଷ୍ଟ ଗାଇଡ଼ ଭାବେ କାମ କରେ। ନାବାଳିକାକୁ ପ୍ରଲୋଭିତ କରି କେରଳକୁ ଅପହରଣ କରି ନେଇ ସେଠାରେ ବାରମ୍ବାର ଦୁଷ୍କର୍ମ କରିଥିଲା। ଏ ନେଇ ପୀଡ଼ିତା ଙ୍କ ପରିବାର ବର୍ଗ ଅପହରଣ ସୁକିନ୍ଦା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଟ୍ରାକିଂ କରି ନାବାଳିକା କୁ କେରଳ ରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଅନନ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଆଜି ଏହି ମାମଲା ର ଶୁଣାଣି କରିଛନ୍ତି ଯାଜପୁର ର ଆଡ଼ ହକ ଅତିରିକ୍ତ ଜିଲା ଓ ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ। ୨୨ ଜଣଙ୍କ ସାକ୍ଷ ଓ ୧୫ ଗୋଟି ଦସ୍ତାବିଜ କୁ ଆଧାର କରି ଅଭିଯୁକ୍ତ ଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ପାଇଁ ରାୟ ଶୁଣାଇଛନ୍ତି। ଏଥି ସହିତ ଅନାଦୟ ୧୨ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତା ଙ୍କୁ ୧ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ବିଚାରପତି ଶରତ କୁମାର ଦେହୁରୀ । ଏହି ମାମଲା କୁ ସରକାରୀ ଓକିଲ ଅଲିପ କୁମାର ନାୟକ ପରିଚାଳନା କରିଛନ୍ତି ।
#JajpurNews #jajpurkhabar #Aeiodisha #lntvnetwork
Bhubaneswar M Corp, Khordha | Sep 21, 2026