ରବିବାର ଅପରାହ୍ନରେ କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ଠାରେ ଉଦଯାପିତ ହେଇ ଯାଇଚି ଆଦିବାସୀଙ୍କ ଭିନ୍ନ ପରମ୍ପରାର ପର୍ବ ପୋଡ଼ ପୂଜା ପର୍ବ। ଏହି ପର୍ବ ଦେଖିବାକୁ ବହୁତ ଲୋକଙ୍କ ସମାଗମ ହେଇଥିଲା। ଗ୍ରାମର ଜାନୀ, ଦିଶାରୀ ଏବଂ ଗୁରୁ ମାଈ ପର୍ବ କମିଟିର ସଦସ୍ୟଙ୍କ ସମେତ ଗ୍ରାମବାସୀଙ୍କ ଉପସ୍ଥିତିରେ ରୀତିନୀତିରେ ପୂଜା ପାଠ କରିବା ପରେ ଅପରାହ୍ନରେ ପୋଡ଼ ପୂଜା ହେଇଥିଲା।