ବଡସାହି: ଆଗ୍ରିଆ ରେଳଫାଟକରେ ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁକୁ ନେଇ ବନପାଳ ଏବଂ ୨ଜଣ ବନରକ୍ଷୀଙ୍କୁ ନିଲମ୍ବନ କଲା ବନବିଭାଗ
ଗତ ଶନିବାର ରାତି ଆଗ୍ରିଆ ରେଳ ଫାଟକ ଠାରେ ରେଳଧାରଣା ଅତିକ୍ରମ ସମୟରେ ଶାଲିମାର ସୁପରଫାଷ୍ଟ ଟ୍ରେନ ଧକ୍କାରେ ଏକ ବିଶାଳ ଦନ୍ତାହାତୀର ମୃତ୍ୟୁ ଘଟଣାରେଳ ପ୍ରାଥମିକ ତଦନ୍ତ ପୂର୍ବକ ବେତନଟୀ ହେଡକ୍ୱାର୍ଟର ବନପାଳ ପ୍ରଦୀପ ଦେହୁରୀ, ନଡପୁର ବନରକ୍ଷୀ ହୃଷିକେଶ ବେହେରା ଏବଂ ଯୁଗଳ ବନରକ୍ଷୀ ଜୟନ୍ତୀ ପାତ୍ର ପ୍ରମୁଖଙ୍କୁ ଚାକିରିରୁ ନୀଳମ୍ବନନେଇ ବୁଧବାର ଅପରାହ୍ନ ୫ଟାରେ ସୂଚନାଦେଲା ବନବିଭାଗ l