ସୁନ୍ଦରଗଡ ସହର: ଧରୁଆ ଡିହି ପୋଲିସ ଦ୍ବାରା ଚାରୋଟି ଭିନ୍ନ ଭିନ୍ନ ସ୍ଥାନରୁ ଚାରି ଜଣ ମଦ୍ୟପ ଗାଡ଼ି ଚାଳକ ଗିରଫ, ଚାରୋଟି ଯାନ ଜବତ, 4 ଟି ମାମଲା ରୁଜ୍ଜୁ
ଆଜି ଡ଼ିସେମ୍ବର 2 ତାରିଖ ମଙ୍ଗଳବାର ଧରୁଆ ଡିହି ପୋଲିସ ପୁଣି ଥରେ ନିଶାସିକ୍ତ ମାନଙ୍କ ଉପରେ ଜିରୋ ଟୋଲେରାନ୍ସ ଦେଖାଇ ଛନ୍ତି। ଧରୁଆ ଡିହି ଥାନା ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରୁ 4 ଜଣ ଅଭିଯୁକ୍ତଙ୍କୁ ଥାନାକୁ ଆଣି କୋର୍ଟ ନୋଟିସ ଦେବା ସହ ଦୁଇଟି ବାଇକ ଓ ଦୁଇଟି ଗାଡ଼ି ଏପରି ଚାରୋଟି ଯାନ ଜବତ କରିଛନ୍ତି। ଏ ନେଇ ଚାରୋଟି ପୃଥକ ପୃଥକ ମାମଲା ରୁଜ୍ଜୁ କରିଛନ୍ତି । ଧରୁଆ ଡିହି ଥାନା କେଶ ନମ୍ବର 250 ରେ ଅଭିଯୁକ୍ତ ଦାନ ସିଂ କାଲୋ କୁ କୋର୍ଟ ନୋଟିସ ଦେବା ସହ ସେ ଚଳାଉଥିବା ବାଇକ OD -17W- 5431 ଜବତ କରିଛନ୍ତି। ସେହିପରି କେଶ ନମ୍ୱର 251 ରେ ଅଭିଯୁକ୍ତ ରାଜେଶ କିଶାନକୁ କୋର୍ଟ ନୋଟିସ