କୋରାପୁଟ ସହର: ବାରମ୍ବାର କହିବା ପରେ ବି କାମ କରୁନି ପାନୀୟ ଜଳ ପ୍ରକଳ୍ପ, ଦୁଧାରି ପଞ୍ଚାୟତ ସଦରମହକୁମାରେ ଅଧାରୁ ବାତିଲ ହେଲା ଅଭିଯୋଗ ଶୁଣାଣି ଶିବିର।
ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ଦୀର୍ଘ ୩ ବର୍ଷ ହେବ ଅଭିଯୋଗ କରି ଆସୁଥିଲେ ବି ସୁଫଳ ନମିଳିବାରୁ ସେମିଳିଗୁଡା ବ୍ଳକ ଦୁଧାରି ପଞ୍ଚାୟତ ସଦରମହକୁମା ଠାରେ ଜନ ଶୁଣାଣି ଶିବିରରେ ଆଜି ଦିନ ୨ଟା ସମୟରେ ପଞ୍ଚାୟତବାସୀ ଳଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ସ୍ଥିତି ଏପରି ହେଲା ଯେ ବାଧ୍ୟ ହୋଇ ଅଧାରୁ ବାତିଲ ହୋଇଗଲା ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି । ଲୋକଙ୍କ ଜିଦ ଯୋଗୁଁ ଖୋଦ ଏବିଡ଼ିଓ ଓ ଯନ୍ତ୍ରୀ ପାନୀୟ ଜଳ ପ୍ରକଳ୍ପ ନିକଟକୁ ଯାଇ ସମୀକ୍ଷା କରିବ ଦୃଶ୍ୟ ଦେଖିବାକୁ ମିଳିଥିଲା।