ସମ୍ବଲପୁର ମ୍ୟୁନିସିପାଲଟି: ଗୋଲକୁଣ୍ଡାରୁ ହୀରାକୁଦ ରେଳ ଷ୍ଟେସନ ରାସ୍ତାରେ ବେଆଇନ କଫସିରଫ ସହ ଜଣେ ଅଭିଯୁକ୍ତ ଗିରଫ
ଆଜି ବୁର୍ଲା ପୋଲିସ ପକ୍ଷରୁ ଗୋଲକୁଣ୍ଡା ରୁ ହୀରାକୁଦ ରେଳ ଷ୍ଟେସନ ରାସ୍ତାରେ ବେଆଇନ କଫସିରଫ ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଆଜି ବୁର୍ଲା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଗୋଲକୁଣ୍ଡା ଗ୍ରାମର ରୋହିତ ଯାଦବଙ୍କ ଠାରୁ ସେ ରଖିଥିବା ବେଆଇନ ୫୨ ବୋତଲ କଫସିରଫ,୨୭ ଗୋଟି ପାଉଜମଦ ସହ ଅନ୍ୟାନ୍ୟ ନିଶା ସାମଗ୍ରୀ କୁ ଜବତ କରାଯାଇଛି। ଏହି ଘଟଣାରେ ତାକୁ ଗିରଫ କରାଯାଇଥିବା ନେଇ ଏକ ପ୍ରେସ ରିଲିଜ ମାଧ୍ୟମରେ ପୋଲିସ ପକ୍ଷରୁ ବୁର୍ଲା ଏସଡିପିଓ ଆଜି ଦିନ ୨ ଟା ସମୟରେ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି।